ETV Bharat / bharat

ରାଜସ୍ଥାନ ସରକାର ଭାଙ୍ଗିବାକୁ ଚେଷ୍ଟା, ଦିଲ୍ଲୀରେ ପାଇଲଟଙ୍କ ସମେତ 10 ବିଧାୟକ - ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ୍

କୋରୋନା ସଙ୍କଟ ମଧ୍ୟରେ ରାଜସ୍ଥାନ ସରକାରକୁ ବିଧାୟକଙ୍କ ଉପରେ ନଜର ରଖିବାକୁ ପଡୁଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଭିଯୋଗ କରିଛନ୍ତି ଯେ ବିଜେପି ତାଙ୍କ ସରକାରକୁ ଭାଙ୍ଗିବାକୁ ଚାହୁଁଛି ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ୍
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ୍
author img

By

Published : Jul 12, 2020, 12:19 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ରାଜସ୍ଥାନ ସରକାରକୁ ବିଧାୟକଙ୍କ ଉପରେ ନଜର ରଖିବାକୁ ପଡୁଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଭିଯୋଗ କରିଛନ୍ତି ଯେ ବିଜେପି ତାଙ୍କ ସରକାରକୁ ଭାଙ୍ଗିବାକୁ ଚାହୁଁଛି । ଏଥିପାଇଁ କେନ୍ଦ୍ରର ନିର୍ଦ୍ଦେଶରେ ରାଜ୍ୟ ବିଜେପି ନେତୃତ୍ବ ଲଜ୍ଜାଜନକ ବୋଲି ଅଭିଯୋଗ ହୋଇଛି । ଅଶୋକ ଗେହଲଟ ଶନିବାର କହିଛନ୍ତି ଯେ ବିଜେପି ଛେଳିମଣ୍ଡି ପରି ବିଧାୟକ କିଣିବାକୁ ଚାହୁଁଛି। ଏଥିପାଇଁ 10 କୋଟି ଲେଖାଏଁ ଅଫର ଦିଆଯାଉଛି ।

ଶନିବାର ରାତି 8ଟା 30 ରେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍ ମନ୍ତ୍ରୀଙ୍କ ଏକ ବୈଠକ ଡାକିଥିଲେ। ପ୍ରାୟ 2 ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ଉପସ୍ଥିତ ନଥିଲେ। କାରଣ ସେ ଦିଲ୍ଲୀରେ ଥିଲେ। ଏହି ବୈଠକ ମାଧ୍ୟମରେ ଅଶୋକ ଗେହଲୋତ୍ ସରକାରଙ୍କ ଉପରେ ନିଜର ଆଭିମୁଖ୍ୟ ଦେଖାଇବାକୁ ଚାହୁଁଥିଲେ କିନ୍ତୁ ସଚିନ୍ ପାଇଲଟଙ୍କ ଅନୁପସ୍ଥିତି ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା।

ଶନିବାର ଯେତେବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କୁ ରାଜସ୍ଥାନ କଂଗ୍ରେସରେ କୌଣସି ବିବାଦ ଅଛି କି ବୋଲି ପଚରାଯିବାରୁ ସେ କହିଛନ୍ତି,‘କିଏ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନାହାଁନ୍ତି। ଆମ ପାଖରେ 5-7 ଜଣ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ପ୍ରତିଦ୍ବନ୍ଦ୍ବି ଅଛନ୍ତି କିନ୍ତୁ ଯେତେବେଳେ ଜଣେ ମୁଖ୍ୟମନ୍ତ୍ରୀ ହୋଇଯାଏ ବାକିମାନେ ତାଙ୍କ ସହିତ ରୁହନ୍ତି । ଆମର ଏଠାରେ କୌଣସି ବିବାଦ ନାହିଁ । ଏଠାରେ ବହୁତ ଶାନ୍ତି ଅଛି’ ।

ଗେହଲଟ ସଚିନ୍ ପାଇଲଟଙ୍କୁ ଆକ୍ଷେପ କରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଚୟନ ହେବା ପରେ ସମସ୍ତଙ୍କୁ ଶାନ୍ତିରେ କାମ କରିବା ଉଚିତ୍ । ସୁତ୍ରରୁ ପ୍ରକାଶ ଯେ, ରାଜସ୍ଥାନର 10 ଜଣ ବିଧାୟକ ଦିଲ୍ଲୀରେ ଅଛନ୍ତି । ଏହି ବିଧାୟକମାନେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟି ସେମାନଙ୍କ ସମସ୍ୟା ବିଷୟରେ କହିବାକୁ ଚାହୁଁଛନ୍ତି। ଶନିବାର ଗେହଲଟଙ୍କୁ ଭେଟିବା ପରେ କଂଗ୍ରେସ ବିଧାୟକ ଜିତେନ୍ଦ୍ର ସିଂ କହିଛନ୍ତି ଯେ ସେ ଗେହଲଟଙ୍କୁ ସମର୍ଥନ ପତ୍ର ଦାଖଲ କରିଛନ୍ତି। ତେବେ ସେ ସଚିନ ପାଇଲଟଙ୍କ ସପକ୍ଷରେ ଥିବା କଥାକୁ ଅସ୍ବୀକାର କରିଛନ୍ତି ।

ତେବେ ଏହି ସମୟରେ ରାଜସ୍ଥାନରେ ଚାଲିଥିବା ରାଜନୈତିକ ବିକାଶକୁ ଦୃଷ୍ଟିରେ ରଖି ସରକାର ପୁଣି ଥରେ ରାଜସ୍ଥାନର ସୀମାକୁ ସିଲ୍ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। କୋରୋନା ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସୀମାକୁ ସିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.