ETV Bharat / bharat

ବିହାର ବିଧାନସଭା ନିର୍ବାଚନ; ଭୋଟ ଦେଲେ ହେଭିୱେଟ

author img

By

Published : Nov 3, 2020, 9:28 AM IST

Updated : Nov 3, 2020, 12:39 PM IST

ବିହାର ନିର୍ବାଚନର ଦ୍ବିତୀୟ ଭୋଟିଂ ଜାରି । ସକାଳ 8 ଟା ସୁଦ୍ଧା 17 ଜିଲ୍ଲାରେ ପଡିଛି 3.7 ଭୋଟ । ଅଧିକ ପଢନ୍ତୁ...

ବିହାର ବିଧାନସଭା ନିର୍ବାଚନ; ଭୋଟ ଦେଲେ ହେଭିୱେଟ
ବିହାର ବିଧାନସଭା ନିର୍ବାଚନ; ଭୋଟ ଦେଲେ ହେଭିୱେଟ

ପାଟନା: କୋରୋନା କଟକଣା ଭିତରେ ବିହାରରେ ଆଜି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ 2 କୋଟି 85 କୋଟି ଭୋଟର 14 ଶହ 64 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ । ଏଥିପାଇଁ 41 ହଜାର ୩୬୨ ମତଦାନ କେନ୍ଦ୍ର କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଭୋଟ ଦେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସକାଳ 8ଟା ସୁଦ୍ଧା 17 ଜିଲ୍ଲାରେ 3.7 ଭୋଟ ପଡିଛି ।

ବିହାର ବିଧାନସଭା ନିର୍ବାଚନ

ଆଜିର ଏହି ମତଦାନରେ ବିହାରର ଅନେକ ହେଭିୱେଟ ନେତା ମତଦାନ କରିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରମୁଖ ଭୋଟ ଦେଇଛନ୍ତି ।

ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ସକାଳୁ ମତଦାନ କେନ୍ଦ୍ରକୁ ଆସି ମତଦାନ କରିଛନ୍ତି । ଏହା ସେ ଅନ୍ୟମାନଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି । ଘରୁ ବାହାରି ବହୁ ସଂଖ୍ୟାରେ ଭୋଟ ଦେବାକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ସମୟରେ ସାମାଜିକ ଦୂରତା ଅନୁସରଣ କରିବା ସହ ମାସ୍କ ବ୍ୟବହାର କରିବାକୁ ସେ କହିଛନ୍ତି ।

ସେହିପରି ବିହାର ରାଜ୍ୟପାଳ ଫାଗୁ ଚୌହାନ ମଧ୍ୟ ଭୋଟିଂ କରିଛନ୍ତି । ଗଣତନ୍ତ୍ରର ମହାନ ପର୍ବରେ ଅଂଶଗ୍ରହଣ କରନ୍ତୁ | କୋରୋନା କାରଣରୁ ପ୍ରଥମ ପର୍ଯ୍ୟାୟରେ 54 ପ୍ରତିଶତ ଭୋଟ୍ ଦିଆଯାଇଥିଲା । ଏଥର ଭୋଟିଂ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି | ସମସ୍ତଙ୍କୁ ଭୋଟ ଦେବାକୁ ସେ ଅପିଲ କରିଛନ୍ତି ।

ଅନ୍ୟପଟେ, ଏଲପିଜି ସଭାପତି ଚିରାଗ ପାଶୱାନ ମଧ୍ୟ ଖଗରିଆର ନିର୍ବାଚନମଣ୍ଡଳୀରୁ ନିଜର ମତ ସାବ୍ୟସ୍ତ କରିଛନ୍ତି । ଚଳିତ ନିର୍ବାଚନରେ ନିତିଶ କୁମାର ପୁଣି ଥରେ କ୍ଷମତାକୁ ଫେରିବେ ନାହିଁ ବୋଲି ଚିରାଗ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେ ‘ବିହାର ପ୍ରଥମେ ବିହାରୀ ପ୍ରଥମେ ’ ଚାହୁଁଛନ୍ତି । ସେ କ୍ଷମତାକୁ ଆସିଲେ 4 ଲକ୍ଷ ବିହାରୀଙ୍କ ପରାମର୍ଶକ୍ରମେ ପ୍ରସ୍ତୁତ ହୋଇଥିବା ଭିଜନ ଡକ୍ୟୁମେଣ୍ଟ ଅନୁସାରେ କାମ କରିବେ ବୋଲି କହିଛନ୍ତି ।

ଦ୍ବିତୀୟ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ଆସାନରେ ଭୋଟ ଗ୍ରହଣ ହେବ ସେଗୁଡିକ ହେଉଛି ରାଘୋପୁର, ହାସନପୁର, ବାଙ୍କିପୁରସ ବେଗୁସରାଇ, ଝାଂଝାରପୁରା ଦ୍ବିତୀୟ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଆରଜେଡି ନେତା ତଥା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ ରହିଛନ୍ତି । ସେ ରାଘୋପୁର ଆସନରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 3, 2020, 12:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.