କୋଲକାତା: 'କୋଲକାତା: ପଶ୍ଚିମବଙ୍ଗରେ ବିପର୍ଯ୍ୟସ୍ତ ହୋଇପଡିଛି ଆଇନଶୃଙ୍ଖଳା । ଅପରାଧ ଉପରେ ଲଗାମ ଲଗାଇବାରେ ବିଫଳ ରାଜ୍ୟ ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ କରୁଛି ଅକଥନୀୟ ଅତ୍ୟାଚାର । ଦେଖନ୍ତୁ ଏହି ଦୃଶ୍ୟକୁ ଭାରତୀୟ ଜନତା ପାର୍ଟିର କର୍ମୀଙ୍କ ଉପରେ ଲାଠି ମାଡ କରି କପରି ଲହୁଲୁହାଣ କରିଦେଇଛନ୍ତ ପଶ୍ଚିମବଙ୍ଗ ପୋଲିସ ।
ରାଜ୍ୟରେ ଦିନକୁ ଦିନ ବଢୁଥିବା ହିଂସା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଗୁରୁବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜନ କରାଯାଇଥିଲା ନବାନ୍ନ ରାଲି । ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ ସକାଳୁ ମମତା ବାନାର୍ଜୀ ସରକାଙ୍କ ବିରୋଧରେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ସଚ୍ଚିବାଳାୟ ନବାନ୍ନ ଅଭିମୁଖେ କରୁଥିଲେ ପଦଯାତ୍ରା । ଏହି ସମୟରେ କର୍ମୀଙ୍କ ଉପରେ ଆକ୍ରାମକ ଆଚରଣ ଆପଣାଇଥିଲା ରାଜ୍ୟ ପୋଲିସ । ଘଟଣାରେ ଅନେକ କର୍ମୀ ଆହତ ହୋଇଛନ୍ତି । କାହାର ମୁଣ୍ଡ ଫାଟିଯାଇଛି ତ ଆଉ କାହାର ଆଖିରେ ଲାଗିଛି ଆଘାତ । ତଥାପି ପୋଲିସର ମନ ଶାନ୍ତି ହୋଇନଥିଲା । ଲାଠି ଚାର୍ଜ ପରେ ପାଣି ମାଡ କରିଥିଲା ପୋଲିସ ।
ପ୍ରଦର୍ଶନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଚ୍ଚିବାଳାୟ ନବାନ୍ନକୁ 2 ଦିନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବା ବେଳେ ପୋଲିସର ଏପରି ଅତର୍କିତ ଲାଠି ମାଡ ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ