ETV Bharat / bharat

ମନାଲିରେ ପ୍ରବଳ ତୁଷାରପାତ, ଫସିଲେ 300ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ - snow fall in kullu

ହିମାଚଳ ପ୍ରଦେଶରେ ପ୍ରବଳ ତୁଷାର ପାତ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ସୋଲାଙ୍ଗ ନାଲା ଏବଂ ଅଟଳ ଟନେଲ ଆଡକୁ ଯାଉଥିବା ରାସ୍ତାରେ 300ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ବରଫରେ ଫସି ରହିଥିବା ବେଳେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ମନାଲିରେ ପ୍ରବଳ ତୁଷାର ପାତ, ଫସିଲେ 300ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ

author img

By

Published : Jan 3, 2021, 12:49 PM IST

ସିମଲା: ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ସୋଲାଙ୍ଗ ନାଲା ଏବଂ ଅଟଳ ଟନେଲ ଆଡକୁ ଯାଉଥିବା ରାସ୍ତାରେ 300ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ବରଫରେ ଫସି ରହିଥିବା ବେଳେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଚାରି ଚକିଆ ଗାଡି ଗୁଡିକ ବରଫରେ ଧସି ହୋଇଯାଇଥିବା ବେଳେ ସ୍ଥାନୀୟ ପୋଲିସ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ମନାଲିରେ ପ୍ରବଳ ତୁଷାର ପାତ, ଫସିଲେ 300ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ

ତେବେ ହଠାତ୍‌ ପାଗ ଖରାପ ହେବାଯୋଗୁଁ ଅନେକ ପର୍ଯ୍ୟଟକ ଗାଡି ଭିତରେ ଫସି ରହିଥିଲେ । ଅନେକ ଘଣ୍ଟା ପର୍ଯ୍ୟନ୍ତ ଖାଦ୍ୟ ଏବଂ ପାନୀୟ ମଧ୍ୟ ପାଇପାରିନଥିଲେ | ବିଳମ୍ବିତ ରାତିରେ ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଏନେଇ କୁଲ୍ଲୁ ଏସପି ଗୌରବ ସିଂ କହିଛନ୍ତି ଯେ ସମସ୍ତ ପର୍ଯ୍ୟଟକଙ୍କୁ ବିଳମ୍ବିତ ରାତିରେ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି ।

ସେପଟେ ସ୍ଥାନୀୟ ପାଣିପାଗ ବିଭାଗ ଅନୁଯାୟୀ, ଜାନୁଆରୀ 3 ରୁ 5 ମଧ୍ୟରେ ମନାଲିର ମଧ୍ୟଭାଗ ଏବଂ ଉଚ୍ଚ ପାହାଡରେ ବିଜୁଳି ଓ ଘଡଘଡି ହେବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.