ETV Bharat / bharat

ପୂର୍ବତନ ସିଏମଙ୍କ ତୋପ ସଲାମୀରେ 22 ବନ୍ଧୁକରୁ ଫୁଟିଲାନି ଗୁଳି - ବିହାର ପୋଲିସ

ବିହାର ପୋଲିସର ଲଜ୍ଜା ଜନକ କାରନାମା । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ଦେବା ସମୟରେ ଫୁଟିଲାନି ଗୁଳି । ତଦନ୍ତ ଦାବି କଲେ ରାଜଦ ବିଧାୟକ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 22, 2019, 6:43 PM IST

ପାଟନା: ବିହାର ପୋଲିସର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କ ଅନ୍ତିମ ସଂସ୍କାର ତାଙ୍କ ପୈତୃକ ଗାଁ ସୁପୌଲରେ ହେଉଥିଲା । ଏହା ପୂର୍ବରୁ ଦିଆଯିବାକୁ ଥିବା ଗାର୍ଡ ଅଫ ଅନର ପାଇଁ ନିୟୋଜିତ ଥିବା 22 ଜଣ ପୋଲିସ କର୍ମୀଙ୍କ ବନ୍ଧୁକ ଫେଲ ହୋଇଯାଇଥିଲା । ପୋଲିସ କର୍ମୀ ପୂର୍ବତନ ସିଏମଙ୍କୁ ତୋପ ସଲାମି ଦେବା ପାଇଁ ବନ୍ଧୁକ ଉପରକୁ ଉଠାଇଥିଲେ ସତ ହେଲେ ସେଥିରୁ ଗୁଳି ଫୁଟିନଥିଲା ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଘଟଣାସ୍ଥଳରେ ସଏମ ନିତିଶ କୁମାରଙ୍କ ସମତେ ଅନେକ ନେତା ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଏହି ମାମଲାର ଯାଞ୍ଚ କରିବା ନେଇ ରାଜଦ ବିଧାୟକ ଯଦୁବଂଶ କୁମାର ଯାଦବ ଦାବି କରିଛନ୍ତି । ସେ କହିଛନ୍ତି ବିହାର ପୋଲିସର ଏପରି କାରନାମାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପମାନ ହୋଇଛି । ସେ ଆହୁରି କହିଛନ୍ତି ବନ୍ଧୁକରେ ନକଲି ଗୁଳି ଭର୍ତ୍ତି କରାଯାଇଥିଲା । ଯେଉଁକାରଣରୁ ତାହା ଫୁଟି ନଥିଲା ।

82 ବର୍ଷୀୟ ପୂର୍ବତନ ସିଏମ ଡା.ଜଗନ୍ନାଥ ମିଶ୍ରାଙ୍କର ନିଧନ ସୋମବାର ହୋଇଥିଲା । ମଙ୍ଗଳବାର ତାଙ୍କର ପାର୍ଥିବ ଶରୀର ପାଟନା ସ୍ଥିତ ତାଙ୍କ ପୈତୃକ ଘରେ ପହଞ୍ଚିଥିଲା । ବୁଧବାର ତାଙ୍କ ଅନ୍ତେଷ୍ଟି କ୍ରିୟା ରାଜକୀୟ ସମ୍ମାନ ସହକାରେ କରାଯାଇଥିଲା ।

Intro:Body:

gg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.