ଜୟପୁର: ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବା ଡ୍ରାଇଭରଙ୍କୁ ନିର୍ଧୂମ ମାଡ । ମଦ ପିଇ ଗାଡି ଚଳାଇଥିବା ଅଭିଯୋଗରେ ଡ୍ରାଇଭରଙ୍କୁ ପିଟିଲା ଟ୍ରାଫିକ ପୋଲିସ । ରାଜସ୍ଥାନ ଆଜମେର ଅଞ୍ଚଳର ଘଟଣାଟି ହୋଇଥିବାବେଳେ ଏହି ଭିଡିଓଟି ଏବେ ଭାଇରାଲ ହୋଇଛି ।
ଜଣେ ବ୍ୟକ୍ତି ମଦ ପିଇ ଗାଡି ଚଳାଉଥିବାବେଳେ ଟ୍ରାଫିକ ପୋଲିସର ହାବୁଡରେ ଧରାପଡିଥିଲେ । ଏହା ପରେ ତାଙ୍କୁ ଟ୍ରାଫିକ ପୋଲିସ କାର୍ଯ୍ୟାଳୟକୁ ଆଣଯାଇଥିଲା । ଅଭିଯୁକ୍ତ ଚାଳକ ଜଣକ ଥାନାରେ ଉତ୍ପାତ ମଚାଇଥିଲେ । ଯେଉଁଥିରେ ଉତ୍ତ୍ୟକ୍ତ ହୋଇ ଟ୍ରାଫିକ ପୋଲିସ ଉକ୍ତ ଡ୍ରାଇଭର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ମାଡ ମାରିବାରେ ଲାଗିଥିଲେ । ଏହି ସମୟରେ ନିକଟରେ ଉପସ୍ଥିତ ଥିବା କୌଣସି ଏକ ବ୍ୟକ୍ତି ଏହାକୁ ଭିଡିଓ କରିଥିଲେ । ଯାହା ପରେ ଏହା ଭାଇରାଲ ହେବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ