ETV Bharat / bharat

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ, ଜଣେ ପୋଲିସ ଶହୀଦ

author img

By

Published : Oct 19, 2020, 8:03 PM IST

ସୋମବାର ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ହୋଇଛି ଆତଙ୍କବାଦୀ ଆକ୍ରମଣ । ଏଥିରେ ଜମ୍ମୁ ଓ କାଶ୍ମୀର ପୋଲିସର ଜଣେ ଶହୀଦ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ, ଜଣେ ପୋଲିସ ଶହୀଦ
ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ, ଜଣେ ପୋଲିସ ଶହୀଦ

ଶ୍ରୀନଗର: ଭାରତୀୟ ସେନାର କଡା ଜବାବ ସତ୍ତ୍ବେ ଘାଟିରେ କମୁନାହିଁ ଆତଙ୍କବାଦୀ କାର୍ଯ୍ୟକଳାପ । ସୋମବାର ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ହୋଇଛି ଆତଙ୍କବାଦୀ ଆକ୍ରମଣ । ଏଥିରେ ଜମ୍ମୁ ଓ କାଶ୍ମୀର ପୋଲିସକର୍ମୀ ଶହୀଦ ହୋଇଥିବା ଜଣାପଡିଛି ।

ସୋମବାର ସଂଧ୍ୟାରେ ଅନନ୍ତନାଗ ଜିଲ୍ଲାର କେନାଲୱାନ ଅଞ୍ଚଳରେ ଆତଙ୍କବାଦୀଙ୍କ ଗୁଳିରେ ଶହୀଦ ହୋଇଛନ୍ତି ଏହି ପୋଲିସ କର୍ମୀ । ସୂଚନା ଅନୁଯାୟୀ ଇନସ୍ପେକ୍ଟର ମହମଦ ସରଫ ସଂଧ୍ୟ ପ୍ରାର୍ଥନା ସାରି ଘରକୁ ଫେରୁଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଗୁରୁତର ଅବସ୍ଥାରେ ପୋଲିସକର୍ମୀ ଜଣଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତର ଏଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ଭାରତୀୟ ସେନାର ଯବାନମାନେ ଘେରାଓ କରିନେଇଛନ୍ତି । ଆତଙ୍କବାଦୀମାନଙ୍କୁ ଖୋଜିବା ପାଇଁ ଜାରି ରହିଛି ସର୍ଚ୍ଚ ଅପରେସନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.