ମୁମ୍ବାଇ: ମହାରାଷ୍ଟ୍ରର ଗଡଚିରୋଲିରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାମୁହିଁ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ 5 ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ଘଟଣାରେ ଜାରି ରହିଛି ସର୍ଚ ଅପରେସନ ।
ଗଡଚିରୋଲିର ମାଓ ଅପରେସନରେ ସାମିଲ ଥିଲେ 60 ଯବାନ । ଏହି ସମୟରେ ଉଭୟପକ୍ଷରୁ ଆରମ୍ଭ ହୋଇଥିଲା ଗୁଳିବିନିମୟ । ଏନକାଉଣ୍ଟରରେ 5 ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି ।
ରବିବାର ଅପରାହ୍ନ 4ଟାରୁ 5ଟା ମଧ୍ୟରେ କୋସାମି-କିସ୍ନେଲି ଜଙ୍ଗଲ ଅଞ୍ଚଳରେ ଏହି ଘଟଣା ଘଟିଛି । ମୃତ ମାଓବାଦୀଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ତିନି ଜଣ ମହିଳା ଥିବା କୁହାଯାଉଛି ।