ଶ୍ରୀନଗର: କମୁନି ପାକିସ୍ତାନର ବଦମାସୀ । ସୀମାନ୍ତ ଜିଲ୍ଲା ସାମ୍ବାରୁ ଜଣେ ପାକିସ୍ତାନୀ ‘ଗୁପ୍ତଚର’କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ସୀମା ନିକଟ ଅଓ୍ବାଟଲ କାଟାଲାନ ଗାଁର 21 ବର୍ଷର କୁଲଜିତ କୁମାର ବୋଲି ଜଣାପଡିଛି । ସୀମାର ବିଭିନ୍ନ ସୂଚନା, ଭିଡିଓ ଓ ଫଟୋ ଉତ୍ତୋଳନ କରି ଅଭିଯୁକ୍ତ ଜଣକ ସୋସିଆଲ ମିଡିଆରେ ଯୋଗେ ପାକିସ୍ତାନକୁ ସୂଚନା ଦେଉଥିଲା ।
ଅଭିଯୁକ୍ତ ଠାରୁ ଚାରିଟି ମୋବାଇଲ ଫୋନ୍ ଏବଂ କିଛି ସିମ୍ କାର୍ଡ ଜବତ କରାଯାଇଛି । ଏହାସହ ତାଙ୍କ ବ୍ୟାଙ୍କ ଖାତାକୁ ମଧ୍ୟ ପୋଲିସ ଯାଞ୍ଚ କରିଥିବା ସୂଚନା ମିଳିଛି । 2018 ମସିହାରୁ ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ଜଣାପଡିଛି । ତାଙ୍କ ବିରୋଧରେ ଏକ ମାମଲା ପଞ୍ଜୀକୃତ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।
@ ANI