ETV Bharat / bharat

କୋରୋନା ନିୟମ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ, ଥାନାରେ ମାମଲା

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କୋରୋନା ନିୟମ ଉଲଙ୍ଘନ କରିଥିବା ଅଭିଯୋଗ ହୋଇଛି । ଏନେଇ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

author img

By

Published : Aug 16, 2020, 4:50 PM IST

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର
ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର

ଶିମଲା: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଜିଲ୍ଲା କଙ୍ଗଡାର ଚାରି ଦିନିଆ ଗସ୍ତକୁ ନେଇ ବିବାଦ ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଠାକୁର କୋରୋନା ନିୟମ ଉଲଙ୍ଘନ କରିଥିବା ଅଭିଯୋଗ ହୋଇଛି । ଏନେଇ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ବୀରେନ୍ଦ୍ର କଟୋର ନାମକ ଜଣେ ବ୍ୟକ୍ତି ଜିଲ୍ଲା ପୋଲିସ ଅଧିକାରୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅନଲାଇନରେ ଅଭିଯୋଗ କରିଛନ୍ତି।

ବୈଜନାଥ ନିବାସୀ ବୀରେନ୍ଦ୍ର କଟୋର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କୋରୋନା ମହାମାରୀ ପାଇଁ ନିର୍ଦ୍ଧାରିତ ଆଇନର ଉଲ୍ଲଂଘନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅନଲାଇନ୍ ଅଭିଯୋଗରେ ଅଭିଯୋଗକାରୀ କହିଛନ୍ତି, ଜୟରାମ ଠାକୁରଙ୍କ ଧର୍ମଶାଳା ଗସ୍ତ ସମୟରେ ପ୍ରାୟ 300 ଲୋକଙ୍କ ଭିଡ଼ ଜମିଥିଲା। ଏଥିରେ ସରକାରୀ କର୍ମଚାରୀମାନେ ମଧ୍ୟ ସାମିଲ ଥିଲେ। ତାହା ମଧ୍ୟ ଏଭଳି ସମୟରେ ଯେତେବେଳେ କୋରୋନା ସଙ୍କଟ ଜାରି ରହିଛି ।

ଭାରତ ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ସାଧାରଣ ଲୋକଙ୍କ ପାଇଁ କୋରୋନାକୁ ନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଯଦି ଜଣେ ସାଧାରଣ ଲୋକ ଏପରି କାର୍ଯ୍ୟ କରୁଛନ୍ତି, ତା’ହେଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତେବେ ରାଜ୍ୟରେ ଶାସନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାହିଁକି କରାଯିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହା ବ୍ୟତୀତ ଅଭିଯୋଗକାରୀ ଜୟସିଂହପୁର ଗସ୍ତ ସମୟରେ ବିଜେପି କର୍ମୀଙ୍କ ଦ୍ବାରା ଲୋକଙ୍କ ସହ କରାଯାଇଥିବା ଅସଦାଚରଣ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଜୟସିଂହପୁର ଗସ୍ତ ସମୟରେ ଶିଶୁ ଏବଂ ମହିଳାମାନେ ନିଜ ଦାବିକୁ ନେଇ ପୋଷ୍ଟର ପ୍ରଦର୍ଶନ କରୁଥିଲେ । କିନ୍ତୁ ବିଜେପି କର୍ମୀମାନେ ପୋଷ୍ଟର ଛଡ଼ାଇ ସେମାନଙ୍କ ସହ ଦୁର୍ବ୍ୟବହାର କରିଥିଲେ ।

ଏହି ଖବରକୁ ନିଶ୍ଚିତ କରି ଏସପି ବିମୁକ୍ତ ରଂଜନ କହିଛନ୍ତି, ତାଙ୍କ ନିକଟକୁ ଇମେଲ ମାଧ୍ୟମରେ ଅଭିଯୋଗ ଆସିଛି। ଏହି ମାମଲାର ତଦନ୍ତ ପରେ ସେ କିଛି କହିବେ ବୋଲି ଏସପି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.