ETV Bharat / bharat

ପୋଲିସ ସ୍ମୃତି ଦିବସ: ଖୁବଶ୍ରୀଘ୍ର ପୋଲିସ କ୍ଷେତ୍ରରେ ଆସିବ ବଡ ପରିବର୍ତ୍ତନ

author img

By

Published : Oct 21, 2020, 4:05 PM IST

ଆଜି ଦେଶରେ ପୋଲିସ ସ୍ମୃତି ଦିବସ ପାଳନ କରାଯାଉଛି। ଏଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରେଡକୁ ସମ୍ବୋଧିତ କରିଛନ୍ତି। ଅଧିକ ପଢନ୍ତୁ...

ପୋଲିସ ସ୍ମୃତି ଦିବସ
ପୋଲିସ ସ୍ମୃତି ଦିବସ

ନୂଆଦିଲ୍ଲୀ: ଆଜି ଦେଶରେ ପୋଲିସ ସ୍ମୃତି ଦିବସ ପାଳନ କରାଯାଉଛି। ଏହି ଅବସରରେ ଦିଲ୍ଲୀରେ ପୋଲିସ ମେମୋରିଆଲରେ ପରେଡ ଆୟୋଜନ କରାଯାଇଥିଲା। ଏଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରେଡକୁ ସମ୍ବୋଧିତ କରିଛନ୍ତି। ଅମିତ ଶାହା କହିଛନ୍ତି ଯେ ଦେଶର ସୁରକ୍ଷା ପାଇଁ ପୋଲିସ ବଳିଦାନ ଦେଇଛି । ପୋଲିସଙ୍କ ବଳିଦାନ ଯୋଗୁଁ ଆଜି ଦେଶ ବିକାଶ ପଥରେ ଗତି କରୁଛି ।

ଅମିତ ଶାହା କହିଛନ୍ତି ଯେ ଯେତେବେଳେ ଦେଶ ପର୍ବ ପାଳନ କରେ ସେତେବେଳେ ପୋଲିସ କର୍ମଚାରୀମାନେ ଡ୍ୟୁଟି କରନ୍ତି। ଚଳିତ ବର୍ଷ 260 ପୋଲିସ ଶହୀଦ ହୋଇଛନ୍ତି । ଆଜି ସ୍ମାରକପତ୍ର ମାଧ୍ୟମରେ ନୂତନ ପୀଢି ପୋଲିସର ବଳିଦାନ ବିଷୟରେ ଜାଣିବାକୁ ପାଇଛନ୍ତି। ଲକଡାଉନରେ ପୋଲିସର ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ଗୃହମନ୍ତ୍ରୀ କହିଛନ୍ତି। କୋରୋନା ସଙ୍କଟ ଯୋଗୁଁ 343 ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।

କେନ୍ଦ୍ର ଗୃହମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଖୁବ ଶୀଘ୍ର ପୋଲିସ କ୍ଷେତ୍ରରେ ଟେକ୍ନୋଲୋଜି ବୃଦ୍ଧି ପାଇବ । ବର୍ତ୍ତମାନ ଦ୍ବାଦଶ ଶ୍ରେଣୀ ପରେ ପିଲାମାନଙ୍କୁ ସୁରକ୍ଷା ବିଷୟରେ ଅବଗତ କରାଯିବ। ଆପଣ ଦେଶର ଯତ୍ନ ନିଅନ୍ତୁ, ସରକାର ଆପଣଙ୍କ ପରିବାରକୁ ସୁରକ୍ଷା ଦେବ। ଖୁବ୍ ଶୀଘ୍ର ପୋଲିସ କ୍ଷେତ୍ରରେ ଅନେକ ବଡ ପରିବର୍ତ୍ତନ ଆସିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟ କରି ପୋଲିସ କର୍ମଚାରୀଙ୍କୁ ଅଭିବାଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ଆମେ ପ୍ରତ୍ୟେକ ସହିଦଙ୍କୁ ପ୍ରମାଣ ଜଣାଉଛୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.