ETV Bharat / bharat

ଗାଜିଆବାଦରେ ସାମ୍ବାଦିକଙ୍କୁ ବିଚରାସ୍ତାରେ ଗୁଳିମାଡ, 5 ଗିରଫ - ଗାଜିଆବାଦରେ ସାମ୍ବାଦିକଙ୍କୁ ଆକ୍ରମଣ, 5 ଗିରଫ

ଗାଜିଆବାଦରେ ସାମ୍ବାଦିକଙ୍କୁ ଆକ୍ରମଣ, 5 ଗିରଫ । ପୋଲିସର ଅଧିକ ତଦନ୍ତ ଜାରି । ଅଧିକ ପଢନ୍ତୁ....

Police arrested five accused in case of attack on journalist in ghaziabad
ଗାଜିଆବାଦରେ ସାମ୍ବାଦିକଙ୍କୁ ଆକ୍ରମଣ, 5 ଗିରଫ
author img

By

Published : Jul 21, 2020, 3:10 PM IST

ଲକ୍ଷ୍ନୌ: ଗାଜିଆବାଦରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି । ଏହି ଘଟଣାରେ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି । ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ ଜଣକ ହେଉଛନ୍ତି ବିକ୍ରମ ଜୋଶୀ । ସୋମବାର ରାତିରେ ସେ ନିଜ ଝିଅ ସହ ମୋଟର ସାଇକେଲରେ ଯାଉଥିବା ବେଳେ ତାଙ୍କ ଉପରେ କିଛି ଦୁବୃର୍ତ୍ତ ଆକ୍ରମଣ କରିଥିଲେ । ଏପରିକି, ତାଙ୍କ ମୁଣ୍ତରେ ଗୁଳି ବାଜିଥିଲା । ଫଳରେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

ତେବେ ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ 5 ଜଣଙ୍କୁ ଗିରଫ କରିଛି । ସିସିଟିଭ ଫୁଟେଜରେ ଦେଖିବାକୁ ମିଳିଛି ଯେ, ସାମ୍ବାଦିକ ବିକ୍ରମ ଜୋଶୀ ନିଜ ଝିଅ ସହ ମୋଟର ସାଇକେଲରେ ଯାଉଥିବା ବେଳେ ଦଳେ ଦୁବୃର୍ତ୍ତ ତାଙ୍କୁ ଅଟକାଇ ଥିଲେ । ପରେ ତାଙ୍କୁ ଆକ୍ରମଣ କ ରିଥିଲେ । ତେବେ, ଝିଅଟି ବାପାଙ୍କୁ ଆକ୍ରମଣ ଦେଖି ସାହାଯ୍ୟ ପାଇଁ ଡାକ ପକାଇଥିଲା । ସାମ୍ବାଦିକ ଜଣକ ଗତକିଛି ଦିନ ପୂର୍ବରୁ ନିଜ ଭାଣିଜି ଉପରେ ଦୁର୍ବବ୍ୟହାର ହୋଇଥିବା ନେଇ ବିଜୟନଗର ଥାନାରେ ଅଭିଯୋଗ କରିଥିଲେ । ସେହି ଘଟଣାକୁ କେନ୍ଦ୍ର କରି ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ, ଏହି ଘଟଣାକୁ ନେଇ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପି ସରକାରଙ୍କୁ ଟାର୍ଟେଟ କରିଛନ୍ତି । କହିଛନ୍ତି ଯୁପିରେ ଚାଲିଛି ଜଙ୍ଗଲ ରାଜ । ସେହିପରି ,ଦିଲ୍ଲୀ ମହିଳା ଆୟୋଗର ଅଧକ୍ଷା ସ୍ବାତୀ ମାଲିଓ୍ବାଲ ରାଜ୍ୟରେ ଯୋଗୀ ସରକାରଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.