୨୦୨୧-୨୨ ବଜେଟ୍ ଭାରତର ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଆଶୀର୍ବାଦ ସଦୃଶ ହୋଇଛି । ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସବୁ କରାଯାଇଛି ଏହି ବଜେଟ୍ରେ । ବଜେଟ ଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତରେ ପ୍ରସ୍ତୁତ ନ୍ୟୁମୋକୋକୋଲ ଟିକା ସଂପର୍କରେ ଉଲ୍ଲେଖ କରିଥିଲେ, ଯାହା କି ୫ଟି ରାଜ୍ୟରେ ଉପଲବ୍ଧ ହେଉଛି । ୨୦୧୭ ମସିହାରୁ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ନ୍ୟୁମୋକୋକୋଲ କଞ୍ଜ୍ୟୁଗେଟ୍ ଟିକାର ପ୍ରଚଳନ କରାଯାଇଥିଲା । ଉତ୍ତର ପ୍ରଦେଶ, ବିହାର, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଏହି ଟିକା ଉପଲବ୍ଧ ହେଉଛି । ବର୍ତ୍ତମାନ ଏହି ଟିକା ଦେଶର ସବୁ ସହରରେ ମିଳିବା ଆଶା କରାଯାଉଛି । ଏହି ଟିକା ଷ୍ଟ୍ରେପ୍ଟୋକୋକୋସ ନ୍ୟୁମୋନି ଓ ନ୍ୟୁମୋକୋକସ ବ୍ୟାକଟେରିଆ ଦ୍ୱାରା ସୃଷ୍ଟି ହେଉଥିବାରୁ ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ । ଏକ ପରିସଂଖ୍ୟାନରୁ ଜଣାପଡିଛି ଯେ, ପାଖାପାଖି ୫୦ ହଜାର ଶିଶୁ ପ୍ରତିବର୍ଷ ନ୍ୟୁମୋକୋକୋସ ବ୍ୟାକଟେରିଆରେ ପ୍ରାଣ ହରାଇଥାନ୍ତି ।
ନ୍ୟୁମୋକୋକୋଲ ଟିକା ହାଇଦ୍ରାବାଦ ସ୍ଥିତ ରେନବୋ ଶିଶୁ ହସ୍ପିଟାଲର କନସଲଟାଂଟ୍ନି ଓନାଟୋଲୋଜିଷ୍ଟ ଡକ୍ଟର ବିଜୟାନନ୍ଦ ଜମାଲପୁରୀ କହନ୍ତି ଯେ, ନ୍ୟୁମୋକୋକୋସ ବ୍ୟାକଟେରିଆ ସାଧାରଣ କାରଣ ହେଉଛି ନିମୋନିଆ । ତେଣୁ ନ୍ୟୁନୋକୋକୋଲ ଟିକା ବେଶ ପ୍ରଭାବଶାଳି ଓ ଏହା ଗ୍ରହଣ କରିବାକୁ ସୁୁପାରିଶ କରିଥାଆନ୍ତି । ଏହି ଟିକା ଟିକେ ମହଙ୍ଗା ହୋଇଥିବାରୁ ଭାରତରେ ବର୍ତ୍ତମାନ ଏହା ମାଗଣାରେ ମିଳୁନାହିଁ । ଏହି କାରଣ ଯୋଗୁଁ ହିଁ ଦୂର, ଦୁର୍ଗତ ଗ୍ରାମାଞ୍ଚଳରେ ପିଲାମାନେ ଏହି ଟିକାରୁ ବଞ୍ଚିତ ହୋଇଛନ୍ତି ।
ଶିଶୁକୁ ୬ ସପ୍ତାହ, ୧୪ ସପ୍ତାହ ଓ ୯ ମାସରେ ଏହି ଟିକା ଦିଆଯାଏ । ୧୨ରୁ ୧୫ ମାସ ମଧ୍ୟରେ ଶିଶୁକୁ ବୁଷ୍ଟର ଡୋଜ୍ ବି ଦିଆଯାଏ । ୫୦ ବର୍ଷରୁ ଅଧିକ ବୟସ୍କ ଓ ଦୁର୍ବଳ ରୋଗ ପ୍ରତିରୋଧକ ଥିବା ଲୋକଙ୍କୁ ବି ଏହି ଟିକା ନେବା ପାଇଁ ପରାମର୍ଶ ଦିଆଯାଏ । ନ୍ୟୁମୋକୋକୋସ ବ୍ୟାକଟେରିଆ ଶରୀରର ବିଭିନ୍ନ ଅଂଶକୁ ପ୍ରଭାବିତ କରିବାର ସାମର୍ଥ୍ୟ ରଖେ ନ୍ୟୁମୋକୋକୋସ ବ୍ୟାକଟେରିଆ । ନିମୋନିଆ ଛଡା ଏହି ବ୍ୟାକଟେରିଆ ମେନିନଗିଟିସ, ବ୍ଲ୍ଡ ଇନଫେକସନ ବା ବ୍ୟାକଟେରମିଆ, ସାଇନସିଟିସ ଓ ଇୟର ଇନଫେକସନର କାରଣ ହୋଇଥାଏ । ଏସବୁ ରୋଗ ଅଣଦେଖା କଲେ ଶିଶୁର ଜୀବନ ସଂକଟାପନ୍ନ ହେବା ଆଶଙ୍କା ରହିଛି । ତେଣୁ ଏହି ବ୍ୟାକଟେରିଆ ବିରୋଧରେ ଶିଶୁଙ୍କୁ ଟିକା ଦେବା ଜରୁରୀ । ଏହି ରୋଗ ଦୁଇ ପ୍ରକାର ହୋଇଥାଏ । ଆକ୍ରାମକ ଓ ଅଣ ଆକ୍ରାମକ ।
୧. ଆକ୍ରାମକ - ରକ୍ତରେ ସଂକ୍ରମଣ ହେଲେ ସୃଷ୍ଟି ହେଉଥିବା ରୋଗ ଉପରେ ଏହି ଆକ୍ରାମକ ଶ୍ରେଣୀ ଫୋକସ କରେ । ଏଭଳି ସ୍ଥିତିରେ ଶରୀରର ଯେକୌଣସି ଗୁରୁତ୍ୱପୂର୍ଣ୍ଣ ଅଂଗ ବା ରକ୍ତରେ ସଂକ୍ରମଣ ଆଶଙ୍କା ଥାଏ । ଯଦି ଏହା ଠିକ ଭାବେ ଠଉରା ନ ଯାଏ, ତାହା ହେଲେ ସାଂଘାତିକ ସମସ୍ୟା ଉପୁଜେ । ସଂକ୍ରମଣ ଗୁରୁତର ଆକାର ଧାରଣ କରେ । ଇନଭାସିଭ ନ୍ୟୁମୋକୋକୋଲ ରୋଗ ଏକାଧିକ ରୋଗର ସମାହାର, ଯାହାକି ଆମର ବ୍ରେନ, ହାଡ ଓ ରକ୍ତର ସଂକ୍ରମଣ ସହ ଜଡିତ ।
୨. ଅଣ ଆକ୍ରାମକ – ଇନଭାସିଭ ବା ଆକ୍ରାମକ ନ୍ୟୁମୋକୋକୋଲ ରୋଗ ଅପେକ୍ଷା ତୀବ୍ରତାରେ କମ ହେଲେ ମଧ୍ୟ ଅଣଆକ୍ରାମକ ନ୍ୟୁମୋକୋକୋଲ ଦ୍ୱାରା ଶରୀରର ଯେକୌଣସି ଅଙ୍ଗ ପ୍ରଭାବିତ ହୋଇପାରେ । ବ୍ରୋଙ୍କାଇଟ୍ ହେଉଛି ଅଣଆକ୍ରାମକ ନ୍ୟୁମୋକୋକୋଲ ଦ୍ୱାରା ସୃଷ୍ଟି ହେଉଥିବା ରୋଗଗୁଡିକ ମଧ୍ୟରୁ ଅନ୍ୟତମ । ଏକ ଭୟଙ୍କର ବ୍ୟାଧିରୁ ମୁକ୍ତି ଦେଇଥାଏ ନ୍ୟୁମୋକୋକୋଲ ଟିକା । ଆଉ ଏଥର ବଜେଟରେ ଟିକା ବାବଦରେ ଉଲ୍ଲେଖ କରାଯାଇଥିବାରୁ ଏହାର ଗୁରୁତ୍ୱ ବଢିଯାଇଛି । ଆସନ୍ତା କିଛି ବର୍ଷ ମଧ୍ୟରେ ଅଧିକରୁ ଅଧିକ ପିଲା ଏହି ଟିକା ନେବା ଆଶା ସୃଷ୍ଟି ହୋଇଛି । ଏହା ଦ୍ୱାରା ମୃତ୍ୟୁ ହାର ବି ହ୍ରାସ ପାଇବ ।