ନୂଆଦିଲ୍ଲୀ: ଚଳିତମାସ 28 ତାରିଖରେ ମନ କି ବାତ କାର୍ଯ୍ୟକ୍ରମ । ଏହା ପୂର୍ବରୁ ଲୋକଙ୍କୁ କୋରୋନା ସମ୍ପର୍କରେ ନିଜ ଅନୁଭୂତି ସେୟାର କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କୋରୋନା ମୁକାବିଲାରେ ଲୋକଙ୍କ ସହାୟତା ଲୋଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ଅଭିଜ୍ଞତା ବାଣ୍ଟିବାକୁ 2 ସପ୍ତାହ ଅବଧି ଅଛି ବୋଲି କହିଛନ୍ତି ମୋଦି । ମୋଦି ଏପରି ଟ୍ବିଟ କରି କହିଛନ୍ତି ଯେ, ମୁଁ ଜାଣିଛି କୋଭିଡ-19 ମୁକାବିଲାରେ ଆପଣମାନଙ୍କୁ ବହୁତ କିଛି କହିବାର ଅଛି । ଆଶା କରୁଛି ଅଧିକରୁ ଅଧିକ ଫୋନ ଆଉ ମତାମତ ଆସିବ ।
ତୁମର ଧାରଣା ସବୁବେଳେ ମନ କି ବାତ କାର୍ଯ୍ୟକ୍ରମରେ ଶକ୍ତି ହୋଇଆସିଛି, ଏହାକୁ ଏକ ଜୀବନ୍ତ ପ୍ଲାଟଫର୍ମରେ ପରିଣତ କରେ ଯାହା 130 କୋଟି ଭାରତୀୟଙ୍କ ଶକ୍ତି ପ୍ରଦର୍ଶନ କରେ ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଆପଣଙ୍କର ବାର୍ତ୍ତା ରେକର୍ଡ କରନ୍ତୁ । 1800-11-7800 ଡାଏଲ୍ କରନ୍ତୁ | MyGov ଓପେନ ଫୋରମ୍ ରେ ସେୟାର କରନ୍ତୁ ବୋଲି କହିଛନ୍ତି ମୋଦି ।