ETV Bharat / bharat

‘ଷ୍ଟାଚ୍ୟୁ ଅଫ୍ ପିସ’ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

author img

By

Published : Nov 14, 2020, 9:59 PM IST

ରାଜସ୍ଥାନର ପାଲି ଜିଲ୍ଲାରେ "ଷ୍ଟାଚ୍ୟୁ ଅଫ୍ ପିସ" ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଢନ୍ତୁ ଅଧିକ .....

"ଷ୍ଟାଚ୍ୟୁ ଅଫ୍ ଶାନ୍ତି" ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ
"ଷ୍ଟାଚ୍ୟୁ ଅଫ୍ ଶାନ୍ତି" ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ"ଷ୍ଟାଚ୍ୟୁ ଅଫ୍ ଶାନ୍ତି" ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରାଜସ୍ଥାନର ପାଲି ଜିଲ୍ଲାରେ "ଷ୍ଟାଚ୍ୟୁ ଅଫ୍ ଶାନ୍ତି" ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିକ୍ଷୁ ଆଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ବରଜୀ ମହାରାଜଙ୍କ 151 ତମ ଜନ୍ମ ବାର୍ଷିକୀରେ ଏହି ଷ୍ଟାଚୁ ଉନ୍ମୋଚିତ ହେଉଛି । ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଭିସି ଯୋଗେ କରିବେ ପ୍ରଧାନମନ୍ତ୍ରୀ ।

ଏହି ମୂର୍ତ୍ତିର ଉଚ୍ଚତା 151 ଇଞ୍ଚ ରହିଥିବା ବେଳେ ଏହା ଅଷ୍ଠ ଧାତୁରେ ନିର୍ମିତ ହେବ। ତମ୍ବା ଓ ଅନ୍ୟ ଧାତୁର ମିଳିତ ଉପାଦାନରେ ଏହି ମୂର୍ତ୍ତି ମିର୍ମାଣ କରାଯାଇଛି ଓ ଏହାକୁ ରାଜସ୍ଥାନ ରାଜପୁରର ପାଲିସ୍ଥିତ ବିଜୟପୁର ସାଧନା କେନ୍ଦ୍ରରେ ଏହା ସ୍ଥାପନ କରାଯାଇଛି। ଏନେଇ ଏକ ସରକାରୀ ବିବୃତ୍ତିରେ ସୂଚନା ଦିଆଯାଇଛି ।

1870-1954 ମସିହାରେ ଏହି ସାଧୁ ଏକ ଉତ୍ତମ ଜୀବନଯାପନ କରିଥିଲେ, ପ୍ରଭୁ ମହାବୀରଙ୍କ ବାର୍ତ୍ତା ବିସ୍ତାର କରିବା ପାଇଁ ନିସ୍ବାର୍ଥପର ଭାବେ କାର୍ଯ୍ୟ କରିଥିଲେ ଜନତାଙ୍କ କଲ୍ୟାଣ, ଶିକ୍ଷା ବିସ୍ତାର ତଥା ସାମାଜିକ କୁସଂସ୍କାର ଦୂରି କରଣ ଦିଗରେ ସେ ନିରନ୍ତର କାର୍ଯ୍ୟ କରିବା ପାଇଁ ସେ ଜୀବନ ବ୍ୟାପି ଅବଦାନ ଦେଇଥିଲେ । ତାଙ୍କର ସାହିତ୍ୟ ପ୍ରତି ମଧ୍ୟ ରୁଚି ଥିଲା । କବିତା, ପ୍ରବନ୍ଧ, ଭକ୍ତି ଭଜନ ମଧ୍ୟ ସେ ରଚନା କରିଛନ୍ତି । ସ୍ବାଧୀନତା ଆନ୍ଦୋଳନରେ ମଧ୍ୟ ତାଙ୍କର ସକ୍ରିୟ ଭୁମିକା ଥିବା କଥା ମଧ୍ୟ ଉଲେଖ କରାଯାଇଛି ।

ତାଙ୍କ ପ୍ରେରଣାରେ ଅନେକ କଲେଜ ଓ ଅଧ୍ୟୟନ କେନ୍ଦ୍ର ସମେତ 50 ରୁ ଅଧିକ ଶିକ୍ଷାନୁଷ୍ଠାନ ବିଭିନ୍ନ ରାଜ୍ୟରେ କାର୍ଯ୍ୟକ୍ଷମ ହୋଇପାରିଥିବା ଉକ୍ତ ସରକାରୀ ବିବୃତିରେ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.