ନୂଆଦିଲ୍ଲୀ: ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟ ଓ ସୁରଟ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସୋମବାର ଭୂମିପୂଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସି ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହେବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟ ପକ୍ଷରୁ ସୂଚନା ମିଳିଛି ।
ଆଜି(ସୋମବାର) ଗୁଜୁରାଟର ସହରାଞ୍ଚଳବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହୋଇଥିବା ଦୁଇଟି ପ୍ରକଳ୍ପ ନିମନ୍ତେ ବହୁତ ଗୁରୁତ୍ବପୂର୍ଣ୍ଣ ଦିନ । ଏହି ଦୁଇଟି ମେଟ୍ରୋ ପ୍ରକଳ୍ପ ସମ୍ପୃକ୍ତ ସହରମାନଙ୍କରେ ପରିବେଶ ଅନୁକୂଳ ‘ସର୍ବସାଧାରଣ ଦ୍ରୁତଗାମୀ ପରିବହନ ବ୍ୟବସ୍ଥା’ ଯୋଗାଇଦେବ ବୋଲି ବିଜ୍ଞପ୍ତି ପକ୍ଷରୁ ପ୍ରକାଶ କରାଯାଇଛି ।
ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟ 28.25 କିଲୋମିଟର ଲମ୍ବ ହେବା ସହିତ ଦୁଇଟି କୋରିଡର ବିଶିଷ୍ଟ ହେବ। କରଡର-1 ଲମ୍ବ 22.8 କିଲୋମିଟରର ଏବଂ ଏହା ମୋଟେରା ଷ୍ଟାଡିୟମ ଠାରୁ ମହାତ୍ମାମନ୍ଦିର ପର୍ଯ୍ୟନ୍ତ ଯିବ । କରିଡର-2ର ଲମ୍ବ 5.4 କିଲୋମିଟର ଏବଂ ଏହା ଜିଏନ୍ଏଲ୍ୟୁରୁ ଜିଆଇଏଫ୍ଟି ସହର ପର୍ଯ୍ୟନ୍ତ ଯିବ । ଦ୍ବିତୀୟ ପର୍ଯ୍ୟାୟ ପ୍ରକଳ୍ପର ମୋଟ୍ ନିର୍ମାଣ ମୂଲ୍ୟ 5384 କୋଟି ଟଙ୍କା ଅଟକଳ ହୋଇଛି ।
ସୁରଟ ମେଟ୍ରୋ ରେଳ ପ୍ରକଳ୍ପର ଲମ୍ବ 40.35 କିଲୋମିଟର ବିଶିଷ୍ଟ ଦୁଇଟି କରିଡର ହେବ । କରିଡର-1ର ଲମ୍ବ 21.61 କିଲୋମିଟର ଏବଂ ଏହା ସରଥାନା ଠାରୁ ଡ୍ରିମ୍ ସିଟି ପର୍ଯ୍ୟନ୍ତ ହେବ । କରିଡର-2ର ଲମ୍ବ 18.74 କିଲୋମିଟର ଏବଂ ଏହା ଭେସାନରୁ ସାରୋଲି ପର୍ଯ୍ୟନ୍ତ ହେବ । ପ୍ରକଳ୍ପର ମୋଟ୍ ନିର୍ମାଣ ମୂଲ୍ୟ 12,020 କୋଟି ଟଙ୍କା ଅଟକଳ ହୋଇଛି ।
ଦୁଇଟି ପ୍ରକଳ୍ପ ପାଇଁ ସୋମବାର ହେବାକୁ ଥିବା ଭୂମି ପୂଜା କାର୍ଯ୍ୟକ୍ରମରେ ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେଭରାତ,ଗୃହମନ୍ତ୍ରୀ ଅମିତ ଶାହା ଓ ଗୁଜୁରାଟ ରାଜ୍ୟପାଳ ବିଜୟ ରୁପାନୀଙ୍କ ସମେତ କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ଉପସ୍ଥିତ ରହିବେ ।
@ANI