ETV Bharat / bharat

ନୋଟବନ୍ଦୀଙ୍କୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ଗେହଲଟ, କହିଲେ ଭୁଲ ସୁଧାର

author img

By

Published : Nov 9, 2020, 8:23 AM IST

ବିମୁଦ୍ରୀକରଣକୁ 4 ବର୍ଷ ପୁରିଥିବା ବେଳେ ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ନୋଟବନ୍ଦୀର କଣ ପ୍ରଭାବ ପଡିଛି କାଗଜରେ ତାହା ଲେଖିକି ଜଣାନ୍ତୁ ବୋଲି ଦାବି କରିଛନ୍ତି ସେ ।

ନୋଟବନ୍ଦୀଙ୍କୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ଗେହଲଟ: କହିଲେ ଭୁଲ ସୁଧାର

ଜୟପୁର: ଗତ ରବିବାର ନୋଟବନ୍ଦୀକୁ ପୁରିଛି 4 ବର୍ଷ । ଠିକ୍‌ ଚାରି ବର୍ଷ ତଳେ ରାତାରାତି ବଦଳି ଯାଇଥିଲା 500 ଓ 1000 ଟଙ୍କିଆ ନୋଟ୍ । ଅଚଳ ହୋଇଥିଲା ଦୁଇ ନୋଟ । କଳାଧନ ଉପରେ ଶକ୍ତ ପ୍ରହାର ପାଇଁ ପ୍ରଧାନମନ୍ତ୍ରୀ ନେଇଥିବା ଏହି ପଦକ୍ଷେପ ସମସ୍ତଙ୍କୁ ନିଦ ହଜାଇ ଦେଇଥିଲା । ଯାହାକୁ ନେଇ ଆଜିବି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଆସୁଛନ୍ତି ବିରୋଧି ।

ବିମୁଦ୍ରୀକରଣକୁ 4 ବର୍ଷକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ଏପରିକି ନୋଟବନ୍ଦୀର 4 ବର୍ଷ ପରେ ଏହାର ପ୍ରଭାବ କଣ ପଡିଛି ତାହାର ରିପୋର୍ଟ ମଧ୍ୟ ମାଗିଛନ୍ତି । ଗେହଲଟ କହିଛନ୍ତି, ଯଦି ଭୁଲ ହୋଇଛି, ତାହାକୁ ଠିକ୍‌ କରିବା ମଧ୍ୟ ଉଚିତ୍ ।

ନୋଟବନ୍ଦୀର ଚାରି ବର୍ଷ ପରେ ଏହାର ପ୍ରଭାବ କଣ ପଡିଛି, ପ୍ରଧାନମନ୍ତ୍ରୀ ଆମକୁ କାଗଜରେ ଲେଖି ଜଣାଇବା ଦରକାର । କେନ୍ଦ୍ର ନିଜ ଭୁଲ ସୁଧାରିବା ଉଚିତ୍ । କେବଳ ବିମୁଦ୍ରୀକରଣ ନୁହେଁ ଜିଏସଟି, କୋଭିଡ ମହାମାରୀ ସମୟରେ ହୋଇଥିବା ଭୁଲକୁ ମଧ୍ୟ ସୁଧାରିବାକୁ କହିଛନ୍ତି ଗେହଲଟ ।

ଏହାସହ ସେ କହିଛନ୍ତି, କଳାଧନ ଆଗରୁ ଯେପରି ଥିଲା ଏବେ ମଧ୍ୟ ସେମିତି ଅଛି । ନିର୍ବାଚନରେ ଘୋଟାଲା ହେଉଛି ଯାହା ଗଣତନ୍ତ୍ର ପାଇଁ ବିପଦ । ଏପରିକି କେଉଁ ସଂସ୍ଥା କେଉଁ ରାଜନୈତିକ ଦଳକୁ କେତେ ଟଙ୍କା ଦେଉଛନ୍ତି ତାହା ସମସ୍ତଙ୍କୁ ଅଜଣା । ଏବେ ଡିଜିଟାଲ ନେଣଦେଣ ବଢୁଥିବାରୁ ଆମକୁ ସତର୍କ ରହିବା ଆବଶ୍ୟକ ରହିଛି ।

ବିମୁଦ୍ରୀକରଣ ଯୋଗୁଁ ଚାଷୀ, ଶ୍ରମିକ ଓ ବେପାରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଗ୍ରାମୀଣ ଅର୍ଥବ୍ୟବସ୍ଥା ପୁରା ଭୁଶୁଡି ପଡିଛି । ଭାରତୀୟ ରିଜର୍ଭ ବ୍ୟାଙ୍କରେ 99.3 ପ୍ରତିଶତ ଅର୍ଥ ପୁଣି ଥରେ ଜମା ହୋଇଥିବା ଖୋଦ ରିଜର୍ଭ ବ୍ୟାଙ୍କ କହିଛି ବୋଲି ଗେହଲଟ କହିଛନ୍ତି । ସରକାର ନିଷ୍ପତ୍ତି ନେବା ସମୟରେ କୌଣସି ହିତାଧିକାରୀଙ୍କ ସହ ଆଲୋଚନା କରି ନାହାନ୍ତି । ଯାହା ଫାଶିବାଦୀ ଚିନ୍ତାଧାରାକୁ ଦର୍ଶାଉଛି ।

ବିମଦ୍ରୀକରଣର ପ୍ରଭାବ ଦେଶ ପାଇଁ ବହୁତ କ୍ଷତିକାରକ ବୋଲି କହିଛନ୍ତି ଗେହଲଟ କହି ସରକାରଙ୍କୁ ଟାର୍ଗେଟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.