ନୂଆଦିଲ୍ଲୀ: ଦେଶର ବର୍ତ୍ତମାନର ଅବସ୍ଥା କୌଣସି ସୋସିଆଲ୍ ଏମରଜେନ୍ସିରୁ କମ୍ ନୁହେଁ ଓ ଏଥିପାଇଁ କଠୋର ନିଷ୍ପତ୍ତି ନେବା ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ମୋଦି ସମସ୍ତ ରାଜନୈତିକ ଦଳର ସଂସଦୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି ଓ ସମସ୍ତଙ୍କ ଜୀବନ ବଞ୍ଚାଇବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ।
ପ୍ରଧାନମନ୍ତ୍ରୀ ମୋଦି ବୁଧବାର ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା କରି ଏପରି ସ୍ଥିତିକୁ ଦୃଷ୍ଟିରେ ସମସ୍ତଙ୍କୁ ସତର୍କ ରହିବା ଜରୁରୀ ବୋଲି କହିଛନ୍ତି । ରାଜ୍ୟ ତଥା ଜିଲ୍ଲା ପ୍ରଶାସନ ଓ ବିଶେଷଜ୍ଞ ଲକ୍ ଡାଉନ୍ ଅବଧିକୁ ବଢାଇବା ପାଇଁ ଅନୁରୋଧ କରିଛନ୍ତି । ଏପ୍ରିଲ 14ରେ ଶେଷ ହେଉଥିବା ଲକ୍ ଡାଉନ୍ ଅବଧିକୁ ଆହୁରି ବଢାଇବା ପାଇଁ କୁହାଯାଇଛି ।
ଅନ୍ୟପକ୍ଷେ ଲକ୍ ଡାଉନକୁ ଏକା ସାଙ୍ଗରେ ସମସ୍ତ ରାଜ୍ୟରୁ ନ ହଟାଇବା ପାଇଁ ବିଜେଡି ନେତା ପିନାକୀ ମିଶ୍ର କହିଛନ୍ତି । ଏହାଛଡା ଅନ୍ୟଜଣେ ନେତା ମୋଦିଙ୍କୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ କହିଥିଲେ । ତେବେ ଏପ୍ରିଲ 11ରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ମୋଦି ପୁଣି ଆଲୋଚନା କରିବେ ।
ଏହି ସଭାରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ରାଜ୍ୟସଭାରେ ବିରୋଧୀ ଦଳର ନେତା ଗୁଲାମ ନବି ଆଜାଦ ଏବଂ ଜାତୀୟ କଂଗ୍ରେସ ଦଳର ମୁଖ୍ୟ ଶରଦ ପାୱାର ରହିଥିଲେ।