ETV Bharat / bharat

ପିଏମ୍ କେୟାର୍ସ ଫଣ୍ଡରେ 3100 କୋଟି, ହିସାବ ଦେଲେ ପ୍ରଧାନମନ୍ତ୍ରୀ

କୋଭିଡ-19 ଲଢେଇରେ ଜନ ସହୟତା ପାଇଁ ପିଏମ କେୟାର୍ସ ଫଣ୍ଡ ଗଠନ କରାଯାଇଥିଲା । ଫଣ୍ଡରେ 3100 କୋଟି ଟଙ୍କାର ଖର୍ଚ୍ଚର ସମ୍ପୁର୍ଣ୍ଣ ବିବରଣୀ ଜାରି କରାଯାଇଛି ।

pm cares fund
ପିଏମ୍ କେୟାର୍ସ ଫଣ୍ଡ
author img

By

Published : May 14, 2020, 12:56 PM IST

ନୂଆଦିଲ୍ଲୀ: କୋଭିଡ-19 ଲଢେଇରେ ଜନ ସହାୟତା ପାଇଁ ପିଏମ କେୟାର୍ସ ଫଣ୍ଡ ଗଠନ କରାଯାଇଥିଲା । ଫଣ୍ଡରେ 3100 କୋଟି ଟଙ୍କାର ଖର୍ଚ୍ଚର ସମ୍ପୂର୍ଣ୍ଣ ବିବରଣୀ ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ମୁତାବିକ ଏହି ଫଣ୍ଡରୁ 50 ହଜାର ଭେଣ୍ଟିଲେଟର, ପ୍ରବାସୀ ଶ୍ରମିକଙ୍କୁ ସହାୟତା ପାଇଁ ରାଜ୍ୟକୁ ପାଣ୍ଠି ଓ ଟିକା ବିକାଶ ପାଇଁ ବୈଜ୍ଞାନିକଙ୍କୁ ସହାୟତା କରାଯାଇଛି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁସାରେ ପିଏମ କେୟାର୍ସ ଫଣ୍ଡରୁ 3100 କୋଟି ଆବଣ୍ଟନର ନିର୍ଣ୍ଣୟ ନିଆଯାଇଛି । ଏଥିରୁ 2000 କୋଟି 50ଟି ଭେଣ୍ଟିଲେଟର ଆଣିବାରେ ଖର୍ଚ୍ଚ କରାଯାଇଛି । ପ୍ରବାସୀ ଶ୍ରମିକଙ୍କ ପାଇଁ 1000କୋଟି ଓ ଭାରତୀୟ ବୈଜ୍ଞାନିକଙ୍କୁ ସହାୟତା ପାଇଁ 100 କୋଟି ।

ପ୍ରକାଶଥାଉକି, ପିଏମ କେୟାର୍ସ ଫଣ୍ଡର ଗଠନ 27 ମାର୍ଚ୍ଚରେ କରାଯାଇଥିଲା । ଏହି ଫଣ୍ଡର ବନ୍ଦୋବସ୍ତ ନିଜେ ପ୍ରଧାନମନ୍ତ୍ରୀ କରିଥିଲେ । ଏଥିରେ ଅନ୍ୟ ସଦସ୍ୟଙ୍କ ମଧ୍ୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ସାମିଲ ଅଛନ୍ତି । ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଏହି ପାଣ୍ଠିରେ ସହାୟତା ପ୍ରଦାନ କରିବାକୁ କହିଥିଲେ ।

50 ଭେଣ୍ଟିଲେଟର ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପଠାଯାଇଛି । ପ୍ରବାସୀଙ୍କ ପାଇଁ ଖର୍ଚ୍ଚ ହେଇଥିବା 1000 କୋଟି ଜିଲ୍ଲାପାଳଙ୍କୁ ଦିଆଯାଇଛି । ଏହି ଅର୍ଥର ବ୍ୟବହାର ପ୍ରବାସୀଙ୍କ ଖାଦ୍ୟ, ସୁରକ୍ଷା, ପରିବହନ ଆଦିରେ ଖର୍ଚ୍ଚ ହୋଇଛି । ଭାରତୀୟ ବୈଜ୍ଞାନିକ ତଥା ଟିକା ବିକାଶ ପାଇଁ ପ୍ରଧାନମନ୍ତ୍ରୀ 100 କୋଟି ପ୍ରଦାନ କରିଥିଲେ । ମୋଦିଙ୍କ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର କେ ବିଜୟ ରାଘବନଙ୍କ ଦାୟିତ୍ବରେ ଏହି ଅର୍ଥ ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.