ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବରେ ରାଜ୍ୟସଭାରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ 10.30ରେ ପ୍ରଧାନମନ୍ତ୍ରୀ ଏହା ଉପରେ ନିଜର ବିବୃତି ଦେବେ ବୋଲି ପିଏମଓ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।
ବଜେଟ ଅଧିବେଶନ ଆରମ୍ଭରୁ ରାଷ୍ଟ୍ରପତି ନିଜର ଅଭିଭାଷଣ ରଖିଥିଲେ । ସରକାର କରିଥିବା କାର୍ଯ୍ୟ ଉପରେ ରାଷ୍ଟ୍ରପତି ଆଲୋକପାତ କରିଥିଲେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରାଜ୍ୟସଭାରେ ଆଲୋଚନା ହେଉଛି । 25ଟି ରାଜନୈତିକ ଦଳର 50 ଜଣ ବକ୍ତା ଆଲୋଚନାରେ ଭାଗ ନେଇଛନ୍ତି ।
ଅଧିକରୁ ଅଧିକ ସାଂସଦ ଏଥିରେ ଭାଗ ନେବାକୁ ଚାହିଁବାରୁ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାକୁ ଅଧିକ 15 ଘଣ୍ଟା ବଢାଯାଇଛି ।