ETV Bharat / bharat

ଉତ୍ତର ପ୍ରଦେଶର ନିଯୁକ୍ତି କାର୍ଯ୍ୟକ୍ରମ ଉଦ୍‌ଘାଟନ କରିବେ ମୋଦି - pm narendra modi

ଉତ୍ତର ପ୍ରଦେଶର 1.25 କୋଟି ନିଯୁକ୍ତି ଦେବେ ଯୋଗୀ ସରକାର । ଏନେଇ ଜୁନ 26 ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ ।

ମୋଦି
ମୋଦି
author img

By

Published : Jun 24, 2020, 4:47 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର 1.25 କୋଟି ନିଯୁକ୍ତି ଦେବେ ଯୋଗୀ ସରକାର । ଏନେଇ ଜୁନ 26 ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ ବୋଲି ଜଣାପଡିଛି । ଏହା ବ୍ୟତୀତ ମୋଦି ଗୋରଖପୁର ସମେତ ରାଜ୍ୟର 6 ଜିଲ୍ଲାର ଲାଭାର୍ଥୀଙ୍କ ସହ ଆଲୋଚନା କରିବେ । ତେବେ ମହିଳା ଲାଭାର୍ଥୀଙ୍କ ସହ ମଧ୍ୟ ମୋଦି ନିଜ ଅନୁଭବ ସେୟାର କରିବାର ସମ୍ଭାବନା ରହିଛି । ଏହା ଦେଶର ସର୍ବବୃହତ୍ତ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ହେବ ।

ତେବେ ଶ୍ରମିକଙ୍କ ଜ୍ଞାନକୌଶଳର ମାପଦଣ୍ଡ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯୋଗୀ ସରକାର । ଏହା ଦ୍ବାରା ସେମାନଙ୍କୁ ନିଜ ଜ୍ଞାନକୌଶଳ ଅନୁଯାୟୀ କାମ ଦେବାରେ ସୁବିଧା ହେବ । ସେପଟେ ଏହି ପ୍ରସଙ୍ଗକୁ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ।

ସେ ଟ୍ବିଟ କରି କହିଛନ୍ତି, 'ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 1 କୋଟି ଲୋକଙ୍କୁ ରୋଜଗାର ଦେବେ ବୋଲି ଏକ ରାଲିରେ ଘୋଷଣା କରିଥିଲେ । କିନ୍ତୁ କଣ ମିଳିଲା ତାହା ପଚାରିବା ଉଚିତ ।'

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.