ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନିଜ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ବୁଧବାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦିଲ୍ଲୀ ରାଜପଥରେ ଚାଲିଥିବା 'ହୁନର ହାଟ'ରେ ହଠାତ ପହଞ୍ଚି ଯାଇଥିଲେ ମୋଦି । ଏଠାରେ ପ୍ରଧାନମନ୍ତ୍ରୀ କେବଳ କଳାକାରଙ୍କୁ ଭେଟିନାହାନ୍ତି ବରଂ ଲିଟ୍ଟି-ଚୋଖା ଖାଇବା ସହ ମାଟି ପାତ୍ରରେ ଚା' ମଧ୍ୟ ପିଇଛନ୍ତି ।
![ହୁନର ହାଟରେ ପ୍ରଧାନମନ୍ତ୍ରୀ ମୋଦି](https://etvbharatimages.akamaized.net/etvbharat/prod-images/6126867_modi3.jpg)
କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ରାଜପଥରେ ହୁନର ହାଟର ଆୟୋଜନ କରାଯାଇଛି । ଏହି ହାଟରେ ଦେଶର ବିଭିନ୍ନ କ୍ଷେତ୍ରରୁ ଆସିଥିବା କଳାକାର ଓ ହସ୍ତତନ୍ତ କାରିଗରମାନେ ଭାଗ ନେଇଛନ୍ତି । ବୁଧବାର କ୍ୟାବିଟେନ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ହଠାତ ଏଠାରେ ପହଞ୍ଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।
![ହୁନର ହାଟରେ ପ୍ରଧାନମନ୍ତ୍ରୀ ମୋଦି](https://etvbharatimages.akamaized.net/etvbharat/prod-images/6126867_modi2.jpg)
ମୋଦି ହୁନର ହାଟରେ ପାଖାପାଖି 50 ମିନିଟ ପର୍ଯ୍ୟନ୍ତ ରହିଥିଲେ । ଏଠାରେ ସେ ବିହାରର ସବୁଠୁ ଲୋକପ୍ରିୟ ଖାଦ୍ୟ ଲିଟ୍ଟି-ଚୋଖା ଖାଇଛନ୍ତି । ଲିଟ୍ଟି-ଚୋଖା ଖାଇବା ପରେ ପ୍ରଧାନମନ୍ତ୍ରୀ 120ଟଙ୍କାର ପାଉଣା ମଧ୍ୟ ଦେଇଛନ୍ତି ।
![ହୁନର ହାଟରେ ପ୍ରଧାନମନ୍ତ୍ରୀ ମୋଦି](https://etvbharatimages.akamaized.net/etvbharat/prod-images/6126867_modi1.jpg)
ପାରମ୍ପରିକ କଳା ଧିରେ ଧିରେ ହଜିଯାଉଥିବା ବେଳେ ହୁନର ହାଟ ଭଳି କାର୍ଯ୍ୟକ୍ରମ ଏସବୁ କଳାକୁ ଜୀବନ୍ତ କରୁଥିବା ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା କଳାକାରମାନେ କହିଛନ୍ତି । 'କୌଶଳର କାମ' ଥିମ୍ ଉପରେ ଆଧାରିତ ହୁନର ହାଟ 23 ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ।
@ANI