ETV Bharat / bharat

ବାଲାସାହେବ ପାଟିଲଙ୍କ ଆତ୍ମଜୀବନୀ ଉନ୍ମୋଚନ କଲେ ମୋଦି - ବାଲାସାହେବ ପାଟିଲଙ୍କ ଆତ୍ମଜୀବନୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମହାରାଷ୍ଟ୍ରର ଜଣେ ପ୍ରମୁଖ ନେତା ଥିବା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାଲାସାହେବ ଭିଖେ ପାଟିଲଙ୍କ ଆତ୍ମଜୀବନୀ ‘ଦେହ୍ ଭୀଚୱା କରଣୀ’ ରିଲିଜ୍ କରିଛନ୍ତି ।

ଆତ୍ମଜୀବନୀ ଉନ୍ମୋଚନ କଲେ ମୋଦି
ଆତ୍ମଜୀବନୀ ଉନ୍ମୋଚନ କଲେ ମୋଦି
author img

By

Published : Oct 13, 2020, 1:39 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମହାରାଷ୍ଟ୍ରର ଜଣେ ପ୍ରମୁଖ ନେତା ଥିବା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାଲାସାହେବ ଭିଖେ ପାଟିଲଙ୍କ ଆତ୍ମଜୀବନୀ ‘ଦେହ୍ ଭୀଚୱା କରଣୀ’ ରିଲିଜ୍ କରିଛନ୍ତି । ଏହାସହିତ ସିଲେକ୍ଟ ଗ୍ରାମୀଣ ଶିକ୍ଷା ସୋସାଇଟିର ନାମକୁ ପରିବର୍ତ୍ତନ କରି ‘Lokanate Dr. Balasaheb Vikhe Patil Select Rural Education Society’ ରେ ପରିବର୍ତ୍ତନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ପ୍ରଥମେ ସେଠାକୁ ଯାଇ ଘୋଷଣା କରିବାର ଯୋଜନା ଥିଲା ମାତ୍ର କୋରୋନା କାରଣରୁ ଭର୍ଚୁଆଲ୍ ଆକାରରେ ଏହାକୁ କରାଯାଉଛି । ବାଲାସାହେବ ବିଖେ ପାଟିଲଙ୍କ ଜୀବନର କାହାଣୀ ମହାରାଷ୍ଟ୍ରର ପ୍ରତ୍ୟେକ କୋଣରେ ଦେଖିବାକୁ ମିଳେ । ସେ ସାଧାରଣ ଲୋକଙ୍କ ଦୁଃଖ କମାଇବା ପାଇଁ କାର୍ଯ୍ୟ କରିଥିଲେ। ଶକ୍ତି ଏବଂ ରାଜନୀତି ମାଧ୍ୟମରେ ସମାଜର କଲ୍ୟାଣର ବାର୍ତ୍ତା ଦେଇଥିଲେ । ଗ୍ରାମ-ଗରିବ, ସମବାୟ କ୍ଷେତ୍ରରେ ତାଙ୍କର ସମ୍ମାନ ସମୟ ସହିତ ବୃଦ୍ଧି ପାଇଛି।

ଏହାସହ ପ୍ରଧାନମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପ୍ରଶଂସା କରିଥିଲେ । ସେ କହିଛନ୍ତି, ‘ଦେବେନ୍ଦ୍ର ଜୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରତ୍ୟେକ ଗ୍ରାମକୁ ପାଣି ପଠାଯାଇଛି । ମହାରାଷ୍ଟ୍ରରେ ଜଳ ଜୀବନ ମିଶନ ଅଧୀନରେ ଜଳ ବିତରଣ କାର୍ଯ୍ୟ ଚାଲିଛି ଏବଂ ଏହି କାର୍ଯ୍ୟ ଲକଡାଉନରେ ତ୍ବରାନ୍ବିତ ହୋଇଛି ’।ଏଥିସହିତ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବାଲାସାହେବଙ୍କ ଅନେକ ପିଢି କ୍ରମାଗତ ଭାବରେ ସାମାଜିକ ସେବା କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗ୍ରାମାଞ୍ଚଳରେ ଶିକ୍ଷା ତଥା ନିଯୁକ୍ତି ପାଇଁ ବାଲାସାହେବ ଭିଖେ ପାଟିଲ ବହୁତ ଭଲ କାମ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ବାଧୀନତା ପରେ ଏକ ସମୟ ଆସିଲା ଯେତେବେଳେ ଦେଶରେ ଖାଇବାକୁ ନଥିଲା। ବର୍ତ୍ତମାନ ସରକାର କୃଷି ସଂସ୍କାର କ୍ଷେତ୍ରରେ ଏକ ଲକ୍ଷ କୋଟି ଟଙ୍କା ବିନିଯୋଗ କରିଛନ୍ତି ଏବଂ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଇଛି।

ପ୍ରକାଶଥାଉକି, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାଲାସାହେବ ଭିଖେ ପାଟିଲ ଦୀର୍ଘ ଦିନ ଧରି କଂଗ୍ରେସ ପାର୍ଟିରେ ରହିଥିଲେ ମଧ୍ୟ ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। 7 ଥର ଲୋକସଭା ସାଂସଦ ବାଲାସାହେବ ବିଖେ ପାଟିଲ କେନ୍ଦ୍ର ସରକାରରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ମାତ୍ର 2016 ରେ ତାଙ୍କର ମୃତ୍ୟୁ ହୋଇଥିଲା। 2010 ମସିହାରେ ବାଲାସାହେବଙ୍କୁ ସାମାଜିକ ସେବା କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ପଦ୍ମଭୂଷଣ ଦିଆଯାଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.