ETV Bharat / bharat

କାଶ୍ମୀରର ପେନସିଲ ଉଦ୍ୟୋଗୀଙ୍କୁ ମୋଦିଙ୍କ ପ୍ରଶଂସା

author img

By

Published : Oct 25, 2020, 4:06 PM IST

ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମରେ ଫୁଲୱାମା ଉଦ୍ୟୋଗୀଙ୍କୁ ପ୍ରଶଂସା। ଚିନାର କାଠର ବ୍ୟବହାର କରି ପେନସିଲ ତିଆରି କରୁଛନ୍ତି ଉଦ୍ୟୋଗୀ। ପୁଲୱାମାରୁ ବର୍ତ୍ତମାନ 90 ପ୍ରତିଶତ ପେନସିଲ ବାହାର ରାଜ୍ୟକୁ ରପ୍ତାନୀ ହେଉଛି। ଅଧିକ ପଢ଼ନ୍ତୁ...

କାଶ୍ମୀରର ପେନସିଲ ଉଦ୍ୟୋଗୀଙ୍କୁ ମୋଦିଙ୍କ ପ୍ରଶଂସା
କାଶ୍ମୀରର ପେନସିଲ ଉଦ୍ୟୋଗୀଙ୍କୁ ମୋଦିଙ୍କ ପ୍ରଶଂସା

ଶ୍ରୀନଗର: କାଶ୍ମୀରର ପୁଲୱାମା ଉଦ୍ୟୋଗୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଂଶସା କରିଛନ୍ତି। ଆଜି (ରବିବାର) ପ୍ରଧାନମନ୍ତ୍ରୀଙ୍କ ରେଡିଓ ପ୍ରୋଗ୍ରାମ 'ମନ କି ବାତ' କାର୍ଯ୍ୟକ୍ରମରେ ସେ ଦେଶରେ ଶିକ୍ଷା ଓ କୃଷି ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ବିଶେଷ କରି କାଶ୍ମୀରରେ ତିଆରି ହେଉଥିବା ପେନସିଲ କାଠର ଉଦ୍ୟୋଗୀଙ୍କ ପ୍ରଂଶସାରେ ଶତମୁଖ ହୋଇଥିଲେ।

ମୋଦିଙ୍କ ଏହି 70ତମ ରେଡିଓ କାର୍ଯ୍ୟକ୍ରମରେ ଦେଶରେ ଶିକ୍ଷା ଉନ୍ନତି ପଛରେ ବର୍ତ୍ତମାନ କାଶ୍ମୀରର ପୁଲୱାମା ଜିଲ୍ଲାର ବହୁତ ବଡ଼ ହାତ ଥିବା କଥା କହିଛନ୍ତି। ପେନସିଲ ଏବଂ ସ୍ଲେଟ ତିଆରି ପାଇଁ ପୂର୍ବରୁ ଯେଉଁ କାଠର ଆବଶ୍ୟକତା ଥିଲା ତାହା ପୂର୍ବରୁ ବାହାର ଦେଶରୁ ଆମଦାନୀ କରିବାକୁ ପଡ଼ୁଥିଲା। ତେବେ କାଶ୍ମୀର ଉପତ୍ୟାକାର ପୁଲୱାମା ଜିଲ୍ଲାରୁ ଏହି କାଠ ଏବେ ସୁଲଭ ଦରରେ ମିଳି ପାରୁଛି।

କାଶ୍ମୀର ପେନସିଲ ଉଦ୍ୟୋଗୀଙ୍କୁ ମୋଦିଙ୍କ ପ୍ରଶଂସା

ପେନସିଲ ତିଆରି ପାଇଁ ନରମ କାଠର ଆବଶ୍ୟକତା ରହିଥାଏ। ପୁଲାୱାମାରେ ଚିନାର ନାମକ ଏକ ଗଛ ରହିଛି ପେନସିଲ ତିଆରି ଉପଯୋଗୀ ହୋଇଥାଏ। ବର୍ତ୍ତମାନ ପେନସିଲ ତିଆରି ପାଇଁ ଏହି କାଠର ବ୍ୟବହାର ହୋଇ ପାରୁଛି। ଦେଶରେ ତିଆରି ହେଉଥିବା 90 ପ୍ରତିଶତ ପେନସିଲ କାଠର ଚାହିଦା ବର୍ତ୍ତମାନ କାଶ୍ମୀର ଉପତ୍ୟାକାର ପୁଲୱାମା ଜିଲ୍ଲା ପୂରଣ କରୁଛି। ଏଥିପାଇଁ ପୁଲୱାମାର ଜଣେ ପେନସିଲ କାଠ ଉଦ୍ୟୋଗୀଙ୍କୁ ସାଧୁବାଦ ଜଣାଇଛନ୍ତି ମୋଦି।

ମୋଦି ନିଜର ମନ କି ବାତ କାର୍ଯ୍ୟକ୍ରମରେ କହିଛନ୍ତି ଯେ, "ଦେଶରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ କାଶ୍ମୀରର ପୁଲୱାମା ଜିଲ୍ଲା ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରୁଛି। ଦେଶରେ ତିଆରି ହେଉଥିବା 90 ପ୍ରତିଶତ ପେନସିଲ କାଠ ଏହି ଜିଲ୍ଲାରୁ ଆମଦାନୀ ହେଉଛି। ପୂର୍ବରୁ ଏହା ସମ୍ଭବ ହୋଇ ପାରୁନଥିଲା। ପେନସିଲ ତିଆରି ପାଇଁ ଆବଶ୍ୟକ ନରମ କାଠ ଏହି ଜିଲ୍ଲାରୁ ସୁଲଭ ଦରରେ ମିଳି ପାରୁଛି। କାଶ୍ମୀରରେ ଥିବା ଉଖୁ ଗାଁ ବର୍ତ୍ତମାନ ପେନସିଲ ଗାଁ ନାମରେ ପରିଚିତ ହୋଇଛି। ଏହି ଗାଁରେ ଅନେକ ଲୋକ ଏହି ପେନସିଲ ତିଆରି କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି। ବିଶେଷ କରି ମହିଳାମାନେ ନିଜକୁ ଏହି କାର୍ଯ୍ୟରେ ନିୟୋଜିତ କରିଛନ୍ତି। ଏହା ଦେଶ ପାଇଁ ଏକ ଉଦାହରଣ।"

ପୁଲାୱାମାରେ ମଞ୍ଜୁର ଅହମ୍ମଦ ଇଲ୍ଲାହୀ ନାମକ ଜଣେ କାଠ ବ୍ୟବସାୟୀ ପୂର୍ବରୁ କାଠ ବାକ୍ସ କରି ନିଜ ପରିବାରର ଭରଣ ପୋଷଣ କରୁଥିଲେ। ତେବେ ଚିନାର ଗଛର ଉପଯୋଗିତା ବିଷୟରେ ଜାଣିବା ପରେ ସେ ନିଜର କିଛି ସମ୍ପତ୍ତିକୁ ବିକ୍ରି କରି ଏହି ପେନସିଲ ବ୍ୟବସାୟ ଆରମ୍ଭ କରିବା ସହ ବହୁତ ଲାଭବାନ ହୋଇଥିବା କଥା କହିଛନ୍ତି ମୋଦି। ଖାଲି ପେନସିଲ ନୁହେଂ ବରଂ ସ୍ଲେଟ ମଧ୍ୟ ତିଆରୀ କରି ବହୁ କମ୍ପାନୀକୁ ଯୋଗାଇ ଦେଉଛନ୍ତି ଅହମ୍ମଦ। ମଞ୍ଜୁର ଅହମ୍ମଦ ଇଲ୍ଲାହୀ ନିଜେ ସ୍ବାବଲମ୍ବୀ ହେବାସହ ବର୍ତ୍ତମାନ 2ଶହ ଲୋକଙ୍କୁ ରୋଜଗାର ଦେଇଛନ୍ତି।

ଏହାସହ ଯେଉଁ ସଂସ୍ଥା ବା ବ୍ୟକ୍ତି ବିଶେଷମାନେ ଛାତ୍ରୀଛାତ୍ରୀଙ୍କୁ ମାଗଣାରେ ବହି, ଖାତା ଓ ଅନ୍ୟାନ୍ୟ ଜିନିଷ ଯୋଗାଇ ଦେଉଛନ୍ତି ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ବିଶେଷ କରି ଛାତ୍ରଛାତ୍ରୀଙ୍କ ପାଇଁ ମୋବାଇଲ ଲାଇବ୍ରେରୀ ଭଳି ଅଭିନବ ଉପାୟକୁ ସାଧୁବାଦ ଜଣାଇଛନ୍ତି।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.