ETV Bharat / bharat

ବିନ୍ଦି ପ୍ୟାକେଟ୍‌ରେ ମୋଦି - ବିନ୍ଦି

ବିନ୍ଦି ପ୍ୟାକେଟରେ ମୋଦିଙ୍କ ଫଟୋ । ଏହି ପ୍ୟାକେଟ୍‌ରେ ବିଜେପିର ଦଳୀୟ ଚିହ୍ନ ପଦ୍ମକୁ ବ୍ୟବହାର କରାଯାଇଛି । ଏହା ସହିତ ପ୍ୟାକେଟ୍‌ରେ 'ଫିର ସେ ମୋଦି ସରକାର'ର ସ୍ଲୋଗାନ ଲେଖାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଟ୍ବିଟର
author img

By

Published : Mar 30, 2019, 6:23 PM IST

ନୂଆଦିଲ୍ଲୀ: 2019 ଲୋକସଭା ନିର୍ବାଚନରେ ପୁଣିଥରେ ସରକାର ଗଢିବାକୁ ଅଣ୍ଟା ଭିଡିଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିପାଇଁ ପ୍ରତିଦିନ ନିର୍ବାଚନୀ ରାଲି କରୁଛନ୍ତି । ଭାରତୀୟ ରାଜନୀତିରେ ସବୁଠୁ ଅଧିକ ଚର୍ଚ୍ଚାରେ ରହୁଥିବା ନେତା ପାଲଟିଛନ୍ତି ସେ । ଏହା ବ୍ୟତିତ ଲୋକଙ୍କ ମଧ୍ୟରେ ତାଙ୍କ କ୍ରେଜ ବଢୁଥିବା ପ୍ରତିଦିନ ଦେଖିବାକୁ ମିଳୁଛି । ମୋଦିଙ୍କ ପ୍ରଶଂସକ ଭିନ୍ନ ଭିନ୍ନ ପ୍ରକ୍ରିୟାରେ ତାଙ୍କ ପାଇଁ ପ୍ରଚାର କରୁଥିବା ଖବର ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପ୍ରଥମେ ଶାଢ଼ୀ, ଟୋପି ଏବଂ ଟି-ସାର୍ଟରେ ମୋଦିଙ୍କ ଫଟୋ ପ୍ରିଣ୍ଟ କରି ବ୍ୟବହାର କରୁଥିଲେ ମୋଦିଙ୍କ ପ୍ରଶଂସକ। ଏହା ପରେ ଭାରତୀୟ ରେଳବାଇରେ ସର୍ଭେ ହେଉଥିବା ଚା' କପରେ ମଧ୍ୟ ମୋଦିଙ୍କ ଫଟୋ ସହ 'ମେ ଭି ଚୌକିଦାର' ଲେଖାଯାଇଥିଲା । ଆଉ ଏବେ ବିନ୍ଦି ପ୍ୟାକେଟରେ ମୋଦିଙ୍କ ଫଟୋ ପ୍ରିଣ୍ଟ କରାଯାଇଥିବା ଦେଖିବାକୁ ମିଳିଛି ।

ବିନ୍ଦି ତିଆରି କରୁଥିବା କମ୍ପାନୀ ପାରସ ଫ୍ୟାନ୍ସି ବିନ୍ଦି ନିଜର ନୂଆ ପ୍ରଡକ୍ଟ ଲଞ୍ଚ କରିଛି ଯେଉଁଥିରେ ରହିଛି ମୋଦିଙ୍କ ଫଟୋ। ଏହି ପ୍ୟାକେଟ୍‌ରେ ବିଜେପିର ଦଳୀୟ ଚିହ୍ନ ପଦ୍ମକୁ ବ୍ୟବହାର କରାଯାଇଛି । ଏହା ସହିତ ପ୍ୟାକେଟ୍‌ରେ 'ଫିର୍ ସେ ମୋଦି ସରକାର'ର ସ୍ଲୋଗାନ ଲେଖାଯାଇଛି । ତେବେ ମାର୍କେଟ୍‌କୁ ଆସିବା ମାତ୍ରେ ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ପଶ୍ଚିମବଙ୍ଗର ସିପିଆଇ ସାଂସଦ ମହମ୍ମଦ ସଲିମ୍‌ ଏହି ଫଟୋକୁ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହା ସହିତ ସେ ଲେଖିଛନ୍ତି, ‘ ପେଟିଏମ୍‌ ବ୍ରାଣ୍ଡ ଆମ୍ବାସାଡର ଏବେ ପାରସ ଫ୍ୟାନ୍ସି ବିନ୍ଦିର ବି ବ୍ରାଣ୍ଡ ଆମ୍ବାସାଡର ହୋଇଯାଇଛନ୍ତି’।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.