ETV Bharat / bharat

କୃଷି ବିଲ୍ ଚାଷୀଙ୍କ ପାଇଁ ଅଚ୍ଛେ ଦିନ୍: ମୋଦି

author img

By

Published : Sep 21, 2020, 3:12 PM IST

ସଂସଦରୁ ରାସ୍ତା ଯାଏଁ କୃଷି ବିଲକୁ ନେଇ ବିରୋଧ ପ୍ରଦର୍ଶନ ମଧ୍ୟରେ ପାରିତ ହୋଇଛି 2ଟି ବିଲ୍ । ବିରୋଧୀ ଏହାକୁ ଏକ କଳା ନିୟମ ବୋଲି କହିଥିବା ବେଳେ ମୋଦି ସରକାର କିନ୍ତୁ ଦାବି କରିଛନ୍ତି ଯେ ଏହା ଚାଷୀଙ୍କ ପାଇଁ ‘ଅଚ୍ଛେ ଦିନ୍’ ।

ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ସଂସଦରୁ ରାସ୍ତା ଯାଏଁ କୃଷି ବିଲକୁ ନେଇ ବିରୋଧ ପ୍ରଦର୍ଶନ ମଧ୍ୟରେ ପାରିତ ହୋଇଛି 2ଟି ବିଲ୍ । ବିରୋଧୀ ଏହାକୁ ଏକ କଳା ନିୟମ ବୋଲି କହିଥିବା ବେଳେ ମୋଦି ସରକାର କିନ୍ତୁ ଦାବି କରିଛନ୍ତି ଯେ ଏହା ଚାଷୀଙ୍କ ପାଇଁ ‘ଅଚ୍ଛେ ଦିନ୍’ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ବିଲକୁ ନେଇ ବିରୋଧୀଙ୍କୁ ପ୍ରତି ଆକ୍ରମଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘ରବିବାର ସଂସଦ ଦେଶର କୃଷକମାନଙ୍କୁ ନୂତନ ଅଧିକାର ପ୍ରଦାନ କରୁଥିବା ଏକ ଐତିହାସିକ ଆଇନ ପ୍ରଣୟନ କରିଛି। ଏଥିପାଇଁ ମୁଁ ଦେଶର ଲୋକଙ୍କୁ, ଦେଶର କୃଷକମାନଙ୍କୁ ଏବଂ ଦେଶର ଉଜ୍ବଳ ଭବିଷ୍ୟତ ଆଶାବାଦୀ ଲୋକଙ୍କୁ ଅଭିନନ୍ଦନ ଜଣାଉଛି। ଏହି ସଂସ୍କାରଗୁଡିକ ଏକବିଂଶ ଶତାବ୍ଦୀ ଭାରତର ଆବଶ୍ୟକତା ’ ।

ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଦେଶରେ ଥିବା ଉତ୍ପାଦ ବିକ୍ରୟ କରିବାର ବ୍ୟବସ୍ଥା ଚାଷୀଙ୍କ ହାତ ଓ ପାଦ ବାନ୍ଧିଦେଇଥିଲା । ଏହି ନିୟମ ଆଳରେ ଦେଶରେ ଏପରି ଶକ୍ତିଶାଳୀ ଗ୍ୟାଙ୍ଗ ଜନ୍ମଗ୍ରହଣ କରିଥିଲା । ଏମାନେ ଚାଷୀଙ୍କ ଅସହାୟତାର ଫାଇଦା ଉଠାଉଥିଲେ ବୋଲି ମୋଦି କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ନୂତନ କୃଷି ସଂସ୍କାର କୃଷକଙ୍କୁ ଏହି ସ୍ବାଧୀନତା ଦେଇଛି ଯେ ସେ ନିଜ ଫସଲକୁ ଯେକୌଣସି ସ୍ଥାନରେ ବିକ୍ରୟ କରିପାରିବେ। ଯଦି ସେ ବଜାରରେ ଅଧିକ ଲାଭ ପାଆନ୍ତି, ତେବେ ସେ ସେଠାରେ ତାଙ୍କର ଫସଲ ବିକ୍ରି କରିବେ । ଯଦି ବଜାର ଅପେକ୍ଷା ଅନ୍ୟ କୌଣସି ସ୍ଥାନରେ ଅଧିକ ଲାଭ ଅଛି ତେବେ ସେଠାରେ ବିକ୍ରୟ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.