ଚେନ୍ନାଇ: ବିଦେଶ ଗସ୍ତରୁ ଫେରିବା ପରେ ତାମିଲନାଡୁର ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଗସ୍ତ ଅବସରରେ ସେ ଚେନ୍ନାଇରେ ଆୟୋଜିତ ‘ଭାରତ-ଇଣ୍ଡିଆ ହ୍ୟାକଥନ’ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଯୋଗଦେବେ ।
ଏହା ସହିତ ପ୍ରଧାନମନ୍ତ୍ରୀ ମାଡ୍ରାସ ଆଇଆଇଟିର ୫୬ ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ଏଠାରେ ଥିବା ଗବେଷଣା ପାର୍କ ପରିଦର୍ଶନ କରିବେ । ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ଜିତିବା ପରେ ଏହା ତାଙ୍କର ପ୍ରଥମ ତାମିଲନାଡୁ ଗସ୍ତ । ଯାହାକୁ ନେଇ ବେଶ ଉତ୍ସାହିତ ସେ ।