ETV Bharat / bharat

ପ୍ଲାଷ୍ଟିକ ମୁକ୍ତ ଭାରତ ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ - modi says to avoid single use plastic

ପ୍ଲାଷ୍ଟିକ ମୁକ୍ତ ଭାରତ ନିର୍ମାଣ କରିବାକୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ଲାଷ୍ଟିକ ପଶୁ-ପକ୍ଷୀ ଏବଂ ଜଳଜୀବଙ୍କୁ କ୍ଷତି ପହଞ୍ଚାଇଥାଏ । ତେବେ ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ଠାରୁ ଆମେ ଦୂରେଇ ରହିବା ଉଚିତ ବୋଲି ସେ କହିଛନ୍ତି।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 11, 2019, 6:18 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମଥୁରା ନଗରୀ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେଉଁଠାରେ ସେ 'ସ୍ବଚ୍ଛତା ହିଁ ସେବା', ରାଷ୍ଟ୍ରୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଏବଂ ରାଷ୍ଟ୍ରୀୟ କୃତ୍ରିମ ଗର୍ଭାଧାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହା ସହିତ ସେ ପଶୁଧନ, ପର୍ଯ୍ୟଟନ ଏବଂ ସଡକ ନିର୍ମାଣ ସମ୍ବନ୍ଧୀୟ ଉତ୍ତର ପ୍ରଦେଶ ସରକାରଙ୍କ 16ଟି ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଛନ୍ତି।

ଏହି ଅବସରରେ ସେ ପ୍ଲାଷ୍ଟିକ ମୁକ୍ତ ଭାରତ ନିର୍ମାଣ କରିବାକୁ ଆହ୍ବାନ କରିଛନ୍ତି। ଏନେଇ ମତ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ଲାଷ୍ଟିକ ପଶୁ-ପକ୍ଷୀ ଏବଂ ଜଳଜୀବଙ୍କୁ କ୍ଷତି ପହଞ୍ଚାଉଛି । ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ଠାରୁ ଆମକୁ ଦୂରେଇ ରହିବା ଉଚିତ। ଚଳିତ ବର୍ଷ ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀରୁ ନିଜ ଘର, କାର୍ଯ୍ୟାଳୟରେ ଏବଂ ଆଖପାଖ ଅଞ୍ଚଳକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଉଦ୍ୟମ କରନ୍ତୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ଗାଈ ପ୍ରସଙ୍ଗରେ ସେ ଏଠାରେ ବିରୋଧୀଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି । ସେ କହିଛନ୍ତି, ଓଁ ଶବ୍ଦ ଶୁଣିବା ମାତ୍ରେ କିଛି ଲୋକ ରାଗିଯାନ୍ତି। ଗାଈ ଶବ୍ଦକୁ ସେମାନେ ସହ୍ୟ କରି ପାରନ୍ତିନାହିଁ । ସେମାନଙ୍କୁ କରେଣ୍ଟ ଲାଗିଯାଏ ବୋଲି ସେ କହିଛନ୍ତି । ଏଭଳି ଲୋକ ହିଁ ଦେଶକୁ ନଷ୍ଟ କରୁଥିବା କହିଛନ୍ତି ମୋଦି।

ସେହିପରି ଆତଙ୍କବାଦୀଙ୍କୁ ଚେତାବନୀ ଦେଇ ମୋଦି କହିଛନ୍ତି, ଆତଙ୍କବାଦ ଆଜି ବିଶ୍ବ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏହାର ମୂଳ ଭାରତର ପଡ଼ୋଶୀ ଦେଶରେ ରହିଛି । ସେଠାରୁ ଏହା ଅନ୍ୟ ଦେଶକୁ ପ୍ରସାରିତ ହେଉଛି । ଆତଙ୍କବାଦୀଙ୍କୁ ଶରଣ ଦେଉଥିବା ଦେଶଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ଥିବା ସେ କହିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.