ETV Bharat / bharat

ଚନ୍ଦ୍ର ଶେଖର ଆଜାଦ ଓ ତିଲକଙ୍କ ଜୟନ୍ତୀରେ ମୋଦି ଓ ଶାହଙ୍କ ଶ୍ରଦ୍ଧାଞ୍ଜଳି - ବାଲ ଗଙ୍ଗାଧର ତିଲକ

ଦେଶର ସ୍ବାଧୀନତା ପାଇଁ ଲଢି କୋଟି କୋଟି ଭାରତୀୟଙ୍କ ମନରେ ଦେଶପ୍ରୀତି ଆଣିଥିଲେ ଚନ୍ଦ୍ର ଶେଖର ଆଜାଦ ଓ ବାଲ ଗଙ୍ଗାଧର ତିଲକ । ଅଧିକ ପଢନ୍ତୁ..

ଚନ୍ଦ୍ର ଶେଖର ଆଜାଦ ଓ ତିଲକଙ୍କ ଜୟନ୍ତିରେ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି ଓ ଶାହ

author img

By

Published : Jul 23, 2020, 1:26 PM IST

ନୂଆଦିଲ୍ଲୀ: ଆଜି ହେଉଛି ବାଲ ଗଙ୍ଗାଧର ତିଲକ ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ଜୟନ୍ତୀ । ଯେଉଁମାନେ ବ୍ରିଟିଶମାନଙ୍କ ବିରୁଦ୍ଧରେ ସ୍ୱାଧୀନତା ସଂଗ୍ରାମରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ କୋଟି କୋଟି ଯୁବକଙ୍କ ପ୍ରେରଣା ସାଜିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ନେତା ମନ୍ତ୍ରୀମାନେ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଲେଖିଛନ୍ତି ଯେ, ଭାରତ ମା’ର ଦୁଇ ସାହସୀ ପୁଅ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ଏବଂ ଚନ୍ଦ୍ରଶେଖର ଆଜାଦଙ୍କୁ ସେମାନଙ୍କ ଜନ୍ମ ବାର୍ଷିକୀରେ କୋଟି କୋଟି ପ୍ରଣାମ।

@narendramodi
@narendramodi

ଏଥି ସହ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ 'ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ଜୀ ତାଙ୍କ ଚିନ୍ତାଧାରା ସହ ସ୍ୱାଧୀନତା ସଂଗ୍ରାମ କରୁଥିବା ଭାରତକୁ ଏକ ନୂତନ ଦିଶା ପ୍ରଦାନ କରିଛନ୍ତି। ସେ ସ୍ୱାଧୀନତା ସଂଗ୍ରାମ ସହିତ ଭାରତବାସୀଙ୍କୁ ଯୋଡିଥିଲେ, ଯାହା ଧୀରେ ଧୀରେ “ସ୍ୱରାଜ ମୋର ଜନ୍ମ ଗତ ଅଧିକାର ଅଟେ, ଆଉ ମୁଁ ଏହାକୁ ହାସିଲ କରିବି” ଏହି ସ୍ଲୋଗାନ ଦେଇ ସମଗ୍ର ଭାରତୀୟଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିଥିଲେ ।

@AmitShah
@AmitShah

ଏହା ବ୍ୟତୀତ ଅମିତ ଶାହ ଚନ୍ଦ୍ରଶେଖର ଆଜାଦଙ୍କୁ ମନେପକାଇ ଲେଖିଛନ୍ତି ଯେ, ଚନ୍ଦ୍ରଶେଖର ଆଜାଦ ଜୀ ଙ୍କ ଗର୍ଜନରେ ଇଂରେଜମାନେ ଥରୁଥିଲେ, ସେ କହିଥିଲେ ଯେ, 'ମୁଁ ମୁକ୍ତ ଥିଲି', 'ମୁଁ ମୁକ୍ତ ଅଛି' ଆଉ 'ମୁଁ ମୁକ୍ତ ମଧ୍ୟ ରହିବି'। ସେ ପ୍ରକୃତରେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମୁକ୍ତ ଭାବେ ବଞ୍ଚିଥିଲେ। ତାଙ୍କର ଦେଶପ୍ରେମ ଦେଶର ଲକ୍ଷ ଲକ୍ଷ ଯୁବକଙ୍କ ହୃଦୟରେ ସ୍ୱାଧୀନତାର ନିଆଁକୁ ବଢାଇଥିଲା। ଏପରି ଅମର ବଳିଦାନଙ୍କ ପାଦତଳେ କୋଟି କୋଟି ପ୍ରଣାମ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.