ETV Bharat / bharat

ପଶ୍ଚିମବଙ୍ଗ ପ୍ରଚାରରେ 'ଫନି' ଫୋନ - bankura

ଫନି ମୁକାବିଲା ପାଇଁ ଦିଦିଙ୍କୁ ହୋଇଥିଲା ବାରମ୍ବାର ଫୋନ । ହେଲେ ଦିଦି ଏହାକୁ କରିଥିଲେ ଅଣଦେଖା । ଦିଦିଙ୍କ ଏହି ଉପେକ୍ଷାକୁ ନେଇ ଦିଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି ମୋଦି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@narendramodi
author img

By

Published : May 9, 2019, 12:26 PM IST

କୋଲକାତା: ‘ଫନି’ ଫୋନକୁ ଦିଦିଙ୍କ ଉପେକ୍ଷା ପରେ କ’ଣ ରହିବ ମୋଦିଙ୍କ ଆଭିମୁଖ୍ୟ ? ଏହାକୁ କିପରି ଢଙ୍ଗରେ ନେବେ ପ୍ରଧାନମନ୍ତ୍ରୀ ? କିଛିଦିନ ହେଲା ସାରା ଦେଶର ଏହି ଚର୍ଚ୍ଚା ଲାଗି ରହିଥିବାବେଳେ ମୋଦି ବି ମମତାଙ୍କ ଉପେକ୍ଷାକୁ କରିଛନ୍ତି ରାଜନୈତିକ ମୁଦ୍ଦା । ଏହାକୁ ଦିଦିଙ୍କ ଇଗୋ ବୋଲି ଅବିହିତ କରିଛନ୍ତି ପ୍ରଧାନମନ୍ତ୍ରୀ ।

ମମତାଙ୍କ ଗଡରେ ମୋଦି ହମଲା । ଆଜି ସମସ୍ତଙ୍କ ନଜର ଅଟକି ରହିଥିଲା, ଯେତେବେଳେ ପଶ୍ଚିମବଙ୍ଗ ନିର୍ବାଚନୀ ପ୍ରଚାରରେ ଦିଦିଙ୍କ ଉପରେ ଜୋରଦାର ବର୍ଷୁଥିଲେ ପ୍ରଧାନମନ୍ତ୍ରୀ । ‘ଫନି’ ମୁକାବିଲାରେ ଉଭୟ ରାଜ୍ୟ ଓ କେନ୍ଦ୍ରର କିପରି ଆଭିମୁଖ୍ୟ ରହିଥିଲା, ତମାମ ଘଟଣାକୁ ଜନତାଙ୍କ ଆଗକୁ ଆଣିବାକୁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦି କହିଛନ୍ତି, ବାତ୍ୟା ଫୋନିର ମୁକାବିଲା ପାଇଁ କେନ୍ଦ୍ରରୁ ଦିଦିଙ୍କ ନିକଟକୁ ଯାଇଥିଲା କଲ । ବାରମ୍ବାର ଫୋନ କରାଯିବା ସତ୍ତ୍ବେ ବି ଦିଦି ଏହାର କୌଣସି ଉତ୍ତର ଦେଇ ନଥିଲେ । ରାଜ୍ୟର ମଙ୍ଗଳ ପାଇଁ ନା ଦିଦି ହସ୍ତକ୍ଷେପ କରି ନଥିବା ସହ ଆୟୋଜନ ହୋଇଥିବା ମିଟିଂକୁ ମଧ୍ୟ ସେ ଆସି ନଥିଲେ । ତେବେ ଦିଦିଙ୍କ ଏହି ବ୍ୟବହାରକୁ ନେଇ ମୋଦି ନିଜର ଅସନ୍ତୋଷ ଜାହିର କରିଛନ୍ତି । ପଶ୍ଚିମବଙ୍ଗ ବାଙ୍କୁରାରେ ଆୟୋଜନ ଏକ ପବ୍ଲିକ ରାଲିରେ ଯୋଗ ଦେଇ ପ୍ରଥମଥର ପାଇଁ ଦିଦିଙ୍କ ଉପରେ ବର୍ଷିଛନ୍ତି ମୋଦି ।

ମୋଦି କହିଛନ୍ତି କିଛି ଏପରି କଥା...

ଦିଦି ସମ୍ବିଧାନର ଅପମାନ କରୁଛନ୍ତି । ପ୍ରଥମେ କ୍ଷମତା ନିଶା ଓ ପରେ ସତ୍ତାରେ ରହିବା ପାଇଁ ପଶ୍ଚିମବଙ୍ଗକୁ ବରବାଦ କରୁଛନ୍ତି । କେବଳ ଏତିକି ନୁହେଁ ବରଂ ଦିଦିଙ୍କ ମତରେ ସେ ଦେଶର ପ୍ରଧାନମନ୍ତ୍ରୀଙ୍କୁ, ପ୍ରଧାନମନ୍ତ୍ରୀ ଭାବେ ମାନିବାକୁ ନାରାଜ । କିନ୍ତୁ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ନେଇ ସେ ଗର୍ବ କରନ୍ତି । ତାଙ୍କର ଏହି ଗର୍ବ ରାଜ୍ୟକୁ ବରବାଦ କରିଦେବ ବୋଲି କହିଛନ୍ତି ମୋଦି ।

Intro:Body:

ddh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.