ETV Bharat / bharat

ପ୍ରଧାନମନ୍ତ୍ରୀ ନିଜ ମନ୍ତବ୍ୟ ସର୍ବଦା ମନେରଖିବା ଉଚିତ: ମନମୋହନ ସିଂ - ପ୍ରଧାନମନ୍ତ୍ରୀ ମନମୋହନ ସିଂ

ପୂର୍ବ ଲଦାଖ ଗଲୱାନ ଘାଟିରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାକୁ ନେଇ ମୁହଁ ଖାଲିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ସୋମବାର ମନମୋହନ ସିଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଭଳି ସମୟରେ ଏକଜୁଟ ହୋଇ ଚୀନକୁ କଡା ଜବାବ ଦେବାକୁ ନିବେଦନ କରିଛନ୍ତି ।

manmohan singh
ପ୍ରଧାନମନ୍ତ୍ରୀ ନିଜ ଶଦ୍ଦକୁ ସର୍ବଦା ମନେରଖିବା ଉଚିତ୍
author img

By

Published : Jun 22, 2020, 4:01 PM IST

ନୂଆଦିଲ୍ଲୀ: ପୂର୍ବ ଲଦାଖ ଗଲୱାନ ଘାଟିରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାକୁ ନେଇ ମୁହଁ ଖାଲିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ସୋମବାର ମନମୋହନ ସିଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଭଳି ସମୟରେ ଏକଜୁଟ ହୋଇ ଚୀନ ଦୁଃସାହସର କଡା ଜବାବ ଦେବାକୁ ନିବେଦନ କରିଛନ୍ତି ।

କଂଗ୍ରେସର ବରିଷ୍ଠ ନେତା ଏକ ବିବୃତ୍ତିରେ କହିଛନ୍ତି ଯେ, ଗତ ଜୁନ 15ରେ ଲଦାଖର ଗଲୱାନ ଘାଟିରେ ଭାରତ ଚୀନ ମୁହାଁମୁହିଁ ଘଟଣାରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଦେଶ ପାଇଁ ନିଜ ଜୀବନ ବଳିଦାନ ଦେଇଥିବା ବିରପୁତ୍ରଙ୍କର ବଳିଦାନ ବୃଥା ନଯିବା ଦରକାର ।

ପୂର୍ବତନ ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ସରକାରଙ୍କ ନିଷ୍ପତ୍ତି ଏବଂ ପଦକ୍ଷେପ ଭବିଷ୍ୟତ ପିଢି ପାଇଁ ଏକ ଉଦାହରଣ ହେବ । ତେବେ ଯେଉଁମାନେ ଦେଶକୁ ଆଗେଇ ନେଇଛନ୍ତି ସେମାନଙ୍କ କାନ୍ଧରେ ଏକ ଗୁରୁତ୍ବପୂର୍ଣ ଦାୟିତ୍ବ ଅଛି । ଆମର ଗଣତନ୍ତ୍ରରେ ଏହା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ବ ।

  • पूर्व प्रधानमंत्री डॉ. मनमोहन सिंह जी की महत्वपूर्ण सलाह। भारत की भलाई के लिए, मैं आशा करता हूँ कि PM उनकी बात को विनम्रता से मानेंगे। pic.twitter.com/0QTewzmcyD

    — Rahul Gandhi (@RahulGandhi) June 22, 2020 " class="align-text-top noRightClick twitterSection" data=" ">

ଏଣୁ ଆମ ରାଷ୍ଟ୍ରର ସୁରକ୍ଷା ଉପରେ ରଣନୀତି ଏବଂ ଆଞ୍ଚଳିକ ସ୍ୱାର୍ଥ ଉପରେ ପ୍ରଧାନମନ୍ତ୍ରୀ ଦେଉଥିବା ନିଜ ମନ୍ତବ୍ଯ ଏବଂ ଘୋଷଣାକୁ ସର୍ବଦା ମନେରଖିବା ଉଚିତ୍ । ଏଥିସହ ସିଂ କହିଛନ୍ତୁ, ଆମେ ସରକାରଙ୍କୁ ମନେ ପକାଇ ଦେଇଛୁ ଯେ, ବିଭ୍ରାନ୍ତିକର ପ୍ରଚାର କେବେବି କୂଟନୀତି କିମ୍ବା ଦୃଢ ନେତୃତ୍ୱର ବିକଳ୍ପ ହୋଇପାରିବ ନାହିଁ ।

ଏହାଛଡା ମନମୋହନ ସିଂ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ଯେ, କର୍ଣ୍ଣଲ ବି ସନ୍ତୋଷ ବାବୁ ଏବଂ ଅନ୍ୟ ଯବାନମାନଙ୍କୁ ନ୍ୟାୟ ମିଳିବା ଆବଶ୍ୟକ ।

ଏପଟେ ମନମୋହନ ସିଂଙ୍କ ପ୍ରତିକ୍ରିୟା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟ ଜରିଆରେ କହିଛନ୍ତି, ଆଶା କରୁଛୁ ଦେଶର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ମୋଦି ମନମୋହନ ସିଂଙ୍କ ଉପଦେଶକୁ ମାନିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.