ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ପାଟନା ରାଲି: 'ଦୂର ହୋଇଛି ଲଣ୍ଠନ କାଳର ଅନ୍ଧକାର, ଏବେ LED ଆଲୋକ' - bihar election 2020

ଦରଭଙ୍ଗା ଏବଂ ମୁଜାଫରପୁର ପରେ ପାଟନାରେ ମଧ୍ୟ ଜନସାଭାକୁ ସମ୍ବୋଧନ କରି ବିରୋଧିଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ଲଣ୍ଠନ କାଳର ଅନ୍ଧକାର ଏବେ ଦୂର ହୋଇସାରିଛି । ଏବେ ଏଲଇଡି ହେଉଛି ବିହାରର ଆକାଂକ୍ଷା ବୋଲି କହିଛନ୍ତି ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ପାଟନା ରାଲି: 'ଦୂର ହୋଇଛି ଲଣ୍ଠନ କାଳର ଅନ୍ଧକାର, ଏବେ LED ଆଲୋକ'

author img

By

Published : Oct 28, 2020, 4:18 PM IST

ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ଗୋଟିଏ ପକ୍ଷେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ଅନ୍ୟପକ୍ଷେ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦରଭଙ୍ଗା ଏବଂ ମୁଜାଫରପୁର ପରେ ପାଟନାରେ ମଧ୍ୟ ଜନସାଭାକୁ ସମ୍ବୋଧନ କରି ବିରୋଧିଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ।

ପାଟନା ରାଲିରେ ବିରୋଧିଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି ଏହି ନିର୍ବାଚନରେ ଯେଉଁମାନେ ବିହାରରେ ସୁଧାର କରିଛ୍ତି ବିକାଶ କରିଛନ୍ତି ସେମାନଙ୍କୁ ଚୟନ କରିବାର ସମୟ ଆସିଛି । ଗତ ଦେଢ ଦଶକରେ ବିହାରରେ ନିତିଶ କୁମାରଙ୍କ ନେତୃତ୍ବରେ କୁଶାସନରୁ ସୁଶାସନ ଆଡକୁ ଦୃତ ଗତିରେ ପାଦ ବଡାଇଛୁ । ସରକାରଙ୍କ ପ୍ରୟାସ କାରଣରୁ ବିହାର ଅସୁବିଧାରୁ ସୁବିଧା, ଅନ୍ଧକାରରୁ ଆଲୋକ, ଅବିଶ୍ବାସରୁ ବିଶ୍ବାସ ଏବଂ ଅପହରଣ ଉଦ୍ୟୋଗରୁ ଅବସର ଆଡକୁ ଏକ ଲମ୍ବା ରାସ୍ତା ଅତିକ୍ରମ କରିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଅଟଳ ବିହାରୀ ବାଜପେୟୀ କହିଥିଲେ ଯେ ବିହାରରେ ବିଦ୍ୟୁର ପରିଭାଷା ହେଉଛି ଏହା ଆସେ କମ ଓ ଯାଏ ବେଶୀ । ଲଣ୍ଠନ କାଳର ଅନ୍ଧକାର ଏବେ ଦୂର ହୋଇସାରିଛି । ଏବେ ଏଲଇଡି ହେଉଛି ବିହାରର ଆକାଂକ୍ଷା ବୋଲି କହିଛନ୍ତି ମୋଦି ।

ମୋଦି କହିଛନ୍ତି, ବିହାରର ପ୍ରଥମେ ଡାକ୍ତରଖାନାରେ ଡାକ୍ତର ଖୋଜିବା ବିରଳ ଥିଲା। ବର୍ତ୍ତମାନ ମେଡିକାଲ କଲେଜ ଏବଂ ଏମ୍ସ ଭଳି ସୁବିଧା ଉପଲବ୍ଧ ରହିଛି । ବର୍ତ୍ତମାନ ପ୍ରତ୍ୟେକ ଋତୁରେ ବିସ୍ତୃତ ରାସ୍ତା ପାଇଁ ଆକାଂକ୍ଷା ରହିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଏନଡିଏ ସରକାରଙ୍କ ଗୁରୁତ୍ବ ହେଉଛି ଯେ କୌଣସି ଅଞ୍ଚଳ କିମ୍ବା କୌଣସି ବ୍ୟକ୍ତିଙ୍କୁ ସରକାରୀ ସେବା ତଥା ସୁବିଧାରୁ ବଞ୍ଚିତ କରାଯିବା ଉଚିତ ନୁହେଁ। ଏଥିପାଇଁ ଅଧିକରୁ ଅଧିକ ଟେକ୍ନୋଲୋଜି ବ୍ୟବହାର କରାଯାଉଛି | ପାଟନାରେ ଟେକ୍ନୋଲୋଜି ବ୍ୟବହାର କରି ସହରାଞ୍ଚଳର ଗରିବ ଲୋକଙ୍କୁ 28 ହଜାର ପକ୍କା ଘର ମଞ୍ଜୁର କରାଯାଇଥିବା ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦି ଆହୁରି ମଧ୍ୟ କହିଛନ୍ତି, ବିହାରରେ ଏକ ଆଇଟି ହବ ହେବାର ସମସ୍ତ ସମ୍ଭାବନା ଅଛି । ପାଟନାରେ ମଧ୍ୟ ଏକ ବଡ ଆଇଟି କମ୍ପାନୀ ଏହାର କାର୍ଯ୍ୟାଳୟ ଖୋଲିଛି। କେବଳ କାର୍ଯ୍ୟାଳୟ ଖୋଲା ନୁହେଁ, ବିହାରର ଯୁବକମାନଙ୍କ ପାଇଁ ମଧ୍ୟ ନୂଆ ସୁଯୋଗ ଖୋଲା ଅଛି। ବିଗତ ବର୍ଷଗୁଡିକରେ, ପାଟନା, ମୁଜାଫରପୁର ଏବଂ ଗୟାଠାରେ 12ରୁ ଅଧିକ ବିପିଓ ଖୋଲିଛି । ନୂତନ ଜାତୀୟ ଶିକ୍ଷା ନୀତିରେ ଭାଷା ଏବଂ ସୁଯୋଗ ଅଭାବରୁ ବିହାରର ଆମର ଗରିବ ତଥା ବଞ୍ଚିତ ଲୋକମାନେ ଅଧିକ ଲାଭବାନ ହେବେ ବୋଲି ନିଜ ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.