ETV Bharat / bharat

କୋରୋନା ଯୁଦ୍ଧରେ ସାମିଲ ମୋଦିଙ୍କ ମା', ଦାନ କଲେ 25 ହଜାର - Heeraben Modi, donates Rs 25,000

ମହାମାରୀ ମୁକାବିଲ ପାଇଁ ପ୍ରଧାନମନ୍ତ୍ରୀଙ୍କ ମା' ହିରାବେନ ମୋଦି ନିଜ ପରିଣତ ବୟସରେ ସଞ୍ଚିତ ଅର୍ଥର 25 ହଜାର ଟଙ୍କା ପିଏମ ଫଣ୍ଡକୁ ଦାନ କରିଛନ୍ତି। ଅଧିକ ଖବର ପଢନ୍ତୁ...

PM Modi's mother, Heeraben Modi, donates Rs 25,000
କୋରୋନା ଯୁଦ୍ଧରେ ସାମିଲ ହେଲେ ମୋଦିଙ୍କ ମା', ଦାନ କଲେ 25 ହଜାର
author img

By

Published : Mar 31, 2020, 6:09 PM IST

ନୂଆଦିଲ୍ଲୀ: ଦେଶ କୋରୋନା ମୁକାବିଲା କରୁଥିବା ବେଳେ ସମସ୍ତେ ନିଜର ସକ୍ଷମତା ଅନୁସାରେ ପିଏମ କେୟାର ପାଣ୍ଠିକୁ ଟଙ୍କା ଦାନ କରୁଛନ୍ତି। ଏହି ଲମ୍ବା ତାଲିକାରେ ଦେଶର ପ୍ରତିଷ୍ଠିତ ଲୋକ ଓ ସେମାନଙ୍କ ପୁଅ ରହିଛନ୍ତି।

ତେବେ ମହାମାରୀ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ମା ହିରାବେନ ମୋଦି ନିଜ ପରିଣତ ବୟସରେ ସଞ୍ଚିତ ଅର୍ଥର 25 ହଜାର ଟଙ୍କା ପିଏମ ଫଣ୍ଡକୁ ଦାନ କରିଛନ୍ତି। ଯାହା ଦର୍ଶାଉଛି ଦେଶର ପ୍ରତ୍ୟେକ ନାଗରିକ କୋରୋନା ମୁକାବିଲ ପାଇଁ ନିଜର ସକ୍ଷମ ଅନୁସାରେ ଆଗେଇ ଆସୁଛନ୍ତି।

ସୂଚନା ଥାଉକି, ଏହି ପାଣ୍ଠିକୁ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ଜରୁରୀକାଳୀନ ପରିସ୍ଥିତି ପାଣ୍ଠି କିମ୍ବା PM-CARES ପାଣ୍ଠି କୁହାଯାଏ। ପ୍ରଧାନମନ୍ତ୍ରୀ ଏହି ଟ୍ରଷ୍ଟର ଚେୟାରମ୍ୟାନ୍ ଅଟନ୍ତି। ଟ୍ରଷ୍ଟର ଅନ୍ୟ ସଦସ୍ୟମାନେ ହେଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ଗୃହମନ୍ତ୍ରୀ। ସରକାରୀ ସୂଚନା ଅନୁଯାୟୀ ଭାରତରେ ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 1251 ଥିବା ବେଳେ ମୃତ ସଂଖ୍ୟା 32ରେ ପହଞ୍ଚିଛି। ଏହାସହ 24 ଘଣ୍ଟାରେ 227 ନୂଆ ମାମଲା ସାମ୍ନାକୁ ଆସିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.