ETV Bharat / bharat

ଶ୍ରୀଲଙ୍କାର 73ତମ ସ୍ବାଧୀନତା ଦିବସ; ଆଗୁଆ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି - sri lanka indepence day

ଗୁରୁବାର ଶ୍ରୀଲଙ୍କା ସ୍ବାଧୀନତା ପାଇବାର 73 ପୂରିବାକୁ ଯାଉଛି । ଏନେଇ ସାରା ଦେଶରେ ସ୍ବାଧୀନତାର ଉତ୍ସବ ପାଳନ କରାଯିବ । ଅଧିକ ପଢନ୍ତୁ...

ଶ୍ରୀଲଙ୍କାର 73ତମ ସ୍ବାଧୀନତା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Feb 3, 2021, 7:34 AM IST

କଲମ୍ବୋ: ଆସନ୍ତାକାଲି ସ୍ବାଧୀନତା ଦିବସ ପାଳନ କରିବ ଶ୍ରୀଲଙ୍କା । ଦେଶକୁ ସ୍ବାଧୀନତା ପାଇବାର 73 ପୂରିବାକୁ ଯାଉଛି । ଯାହାକୁ ସାରା ଦେଶରେ ଉତ୍ସବମୁଖର ହୋଇପଡିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି । ଏହି ସମୟରେ ମୋଦି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରହିଥିବା ପୁରୁଣା ସମ୍ପର୍କ, ଭାଷାଭିତ୍ତିକ, ଧାର୍ମକ ଏବଂ ସାଂସ୍କୃତିକ ପରମ୍ପରାକୁ ଦୋହରାଇଥିଲେ ।

ମିଳିତ ଉଦ୍ୟମରେ ଦୁଇ ଦେଶ ମହାମାରୀ କୋଭିଡ-19 କୁ ମୁକାବିଲା କରିଆସିଛନ୍ତି। ଆଗାମୀ ଦିନରେ ଏପରି ଦୁଇ ଦେଶର ସମ୍ପର୍କ ଆହୁରି ମଜଭୁତ ହେଉ ବୋଲି ମୋଦି ନିଜ ଶୁଭେଚ୍ଛାରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି । ଏହା ସହ ଉଭୟ ଦେଶର ଲୋକଙ୍କ ପାଇଁ ମିଳିତ ଭାବରେ ଉଦ୍ୟମ ଜାରି ରହିବ ବୋଲି ପିଏମ ମୋଦି କହିଛନ୍ତି ।

କଲମ୍ବୋ ସ୍ଥିତି ଭାରତୀୟ ହାଇ କମିଶନ ଅନୁସାରେ, ନେତୃତ୍ବ ସ୍ତରରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ନିୟମିତ ପାରସ୍ପରିକ କଥାବାର୍ତ୍ତା ଜାରି ରହିଛି । ଯାହା ଉଭୟ ଦେଶକୁ ବିକାଶ କ୍ଷେତ୍ର, ଅର୍ଥନୀତି, ଲୋକଙ୍କ ମଧ୍ୟ ଉତ୍ତମ ବୁଝାମଣାରେ ଉଲ୍ଲେଖନୀୟ ଅଗ୍ରଗତି କରିଛି ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଭାରତ ଶ୍ରୀଲଙ୍କାକୁ 500,000 କୋଭିଡ ଭ୍ୟାକିସନ ପ୍ରେରଣ କରିଥିଲା । ଯାହାକୁ ନେଇ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.