ETV Bharat / bharat

ଅଗଷ୍ଟ 22 ରୁ ବିଦେଶ ଗସ୍ତରେ ଯିବେ ମୋଦି, ୟୁଏଇରେ ମିଳିବ ସର୍ବୋଚ୍ଚ ନାଗରିକ ସମ୍ମାନ

ଅଗଷ୍ଟ 22 ରୁ 27 ମଧ୍ୟରେ ଫ୍ରାନ୍ସ, ବହରୀନ ଏବଂ  ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଯାତ୍ରା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁଏଇ ତାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ 'ଅର୍ଡର ଅଫ ଜାୟଦ'ରେ ସମ୍ମାନିତ କରାଯିବ ।

ଫାଇଲ ଫଟୋ
author img

By

Published : Aug 20, 2019, 1:47 AM IST

ନୂଆଦିଲ୍ଲୀ: ଅଗଷ୍ଟ 22 ରୁ 27 ମଧ୍ୟରେ ବିଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି 5 ଦିବସୀୟ ଗସ୍ତରେ ସେ ଫ୍ରାନ୍ସ, ବହରୀନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଯାତ୍ରା କରିବେ । ମୋଦି ଏହି ଯାତ୍ରାରେ ତିନି ଦେଶର ପ୍ରମୁଖ ନେତାଙ୍କ ସହ ଦ୍ବିପାକ୍ଷିକ, କ୍ଷେତ୍ରୀୟ ଏବଂ ପରସ୍ପର ହିତର ବୈଶ୍ବିକ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ । ଏହା ସହିତ ସେ ଫ୍ରାନ୍ସର ବିୟାରିତଜରେ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ।

ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ୟୁଏଇ ଯାତ୍ରା କରିବେ । ସେଠାରେ ତାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ 'ଅର୍ଡର ଅଫ ଜାୟଦ'ରେ ସମ୍ମାନିତ କରାଯିବ । ଏହାପରେ ଅଗଷ୍ଟ 24 ରେ ୟୁଏଇରୁ ସିଧାସଳଖ ବରହୀନ ଯିବେ ମୋଦି । ତେବେ ଏହି ଉପସାଗରୀୟ ଦେଶକୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଗସ୍ତ କରିବେ ମୋଦି। ଏହା ପୂର୍ବରୁ ଭାରତର କୌଣସି ପ୍ରଧାନମନ୍ତ୍ରୀ ଉପସାଗରୀୟ ଦେଶକୁ ଯାତ୍ରା କରିନଥିଲେ ।

ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ବିପାକ୍ଷିକ ରଣନୀତିକୁ ମଜବୁତ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ଭୁମିକା ନିଭାଇଥିବାରୁ ମୋଦିଙ୍କୁ ଏହି ପ୍ରତିଷ୍ଠିତ ସମ୍ମାନ ପ୍ରଦାନ କରିବାକୁ ଗତ ଏପ୍ରିଲ ମାସରେ ୟୁଏଇ ପକ୍ଷରୁ ଘୋଷଣା କରାଯାଇଥିଲା । ମୋଦି ନିଜ ଗସ୍ତରେ ଅବୁଧାବିର ଯୁବରାଜ ଶେଖ ମୋହମ୍ମଦ ବିନ ଜାୟଦ ଅଲ ନାହୟାନଙ୍କ ସହ ସାକ୍ଷାତ କରିବେ ବୋଲି ବେଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଯୁବରେଜଙ୍କ ସହ ସେ ଦ୍ବିପାକ୍ଷିକ, କ୍ଷେତ୍ରୀୟ ଏବଂ ପରସ୍ପର ହିତର ବୈଶ୍ବିକ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.