ETV Bharat / bharat

କେଦାରନାଥରେ ପହଞ୍ଚିଲେ ମୋଦି, ଶଙ୍କରାଚାର୍ଯ୍ୟ ଗୁମ୍ଫାରେ କରିପାରନ୍ତି ଯୋଗ - kedarnath

କେଦାରନାଥରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ସକାଳେ ଡେହରାଡୁନର ଜଲିଗ୍ରାଣ୍ଟ ବିମାନବନ୍ଦରରୁ କେଦାରନାଥ ଅଭିମୁଖେ ଯାତ୍ରା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏହି ଦୁଇ ଧାମ ଗସ୍ତ ସମୟରେ ଶଙ୍କରାଚାର୍ଯ୍ୟ ଗୁମ୍ଫାରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ଏହା ସହିତ ମୋଦି ଯୋଗ କରିପାରନ୍ତ ବୋଲି ସୂଚନା ମିଳିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : May 18, 2019, 10:18 AM IST

Updated : May 18, 2019, 10:40 AM IST

ଡେହରାଡୁନ: ଆଜି ଠାରୁ ମୋଦିଙ୍କ ଉତ୍ତରାଖଣ୍ଡ ଯାତ୍ରା ଆରମ୍ଭ ହୋଇଯାଇଛି । ଫଳରେ ଆଜି ସକାଳ ସାଢେ 8ଟା ସମୟରେ ଡେହରାଡୁନରୁ ବାହାରି ମୋଦି କେଦାରନାଥରେ ପହଞ୍ଚିଛନ୍ତି । ଏହି ଗସ୍ତ ମଧ୍ୟରେ ମୋଦି କେଦାରନାଥରେ ଥିବା ପ୍ରାଚୀନ ଗୁମ୍ଫା ଆଦିଗୁରୁ ଶଙ୍କରାଚାର୍ଯ୍ୟ ସମାଧୀ ପୀଠରେ ଯୋଗ ସାଧନା କରିବେ ବୋଲି ଜଣାପଡ଼ିଛି । ମୋଦିଙ୍କ ପ୍ରକଳ୍ପ ନେଇ ସ୍ବପ୍ନ ପୂରା ହୋଇଥିବା କାରଣରୁ ସେ ଏହି ଯୋଗ କରିବେ ବୋଲି ସୂଚନା ରହିଛି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ମିଳିଥିବା ସୂଚନା ମୁତାବକ 2013 ମସିହାରେ ଆସିଥିବା ଭୟଙ୍କର ବନ୍ୟାରେ କେଦାରନାଥ, ବଦ୍ରିନାଥ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିଲା । ବିଶେଷ କରି କେଦରନାଥର ପ୍ରାକୃତିକ ସୌନ୍ଦର୍ଯ୍ୟ, ସେଠାରେ ଥିବା ବିଭିନ୍ନ ପ୍ରାକୃତିକ ଗୁମ୍ଫାଗୁଡ଼ିକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ପରେ ଶଙ୍କରାଚାର୍ଯ୍ୟଙ୍କ ସମାଧୀସ୍ଥଳର କାର୍ଯ୍ୟ ମରାମତି ଆରମ୍ଭ ହୋଇଥିଲା । ଗତବର୍ଷ ପ୍ରଧାନମନ୍ତ୍ରୀ କେଦାରନାଥ ଗସ୍ତ କରି ଶଙ୍କରାଚାର୍ଯ୍ୟ ସମାଧୀ ସ୍ଥଳର ଭବ୍ୟ ଓ ଦିବ୍ୟ ରୂପ ଦିଆଯିବ ବୋଲି ଘୋଷଣା କରିଥିଲେ । ଯାହା ଆଜି ପୁରଣ ହୋଇଛି । ତେବେ ଏଠାରେ ପାଖାପାଖି ଏକ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଶଙ୍କରାଚାର୍ଯ୍ୟ ସମାଧୀସ୍ଥଳକୁ ଦର୍ଶନ କରିପାରିବେ ।

ତେବେ ପ୍ରଳୟଙ୍କରୀ ବନ୍ୟା ବିତ୍ପାତ ପରେ କେଦାରପୁରୀ 2କିମି ପୂର୍ବରୁ ଏକ ଶଙ୍କରାଚାର୍ଯ୍ୟ ଗୁମ୍ଫା ନିର୍ମିତ କରାଯାଇଛି । ଯାହାର ଆକାର ଲମ୍ବା 5 ମିଟର ଓ ଚଉଡ଼ା 3 ମିଟର । ତେବେ ଏହି ଗୁମ୍ଫା ପରିଦର୍ଶନ ପାଇଁ ଏବେ ଅନଲାଇନ ଟିକଟର ସୁବିଧା ମଧ୍ୟ ରହିଛି ।
ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକ୍ରିୟ ରାଜନୀତିକୁ ଆସିବା ପୂର୍ବରୁ ଆଧ୍ୟାତ୍ମିକ ସଂସ୍କୃତି ସହିତ ଭଲଭାବେ ଜଡ଼ିତ ରହିଥିଲେ । ଫଳରେ ଜଣେ ସଂସ୍କୃତିପ୍ରେମୀ ହିସାବରେ ସେ ଏହି ସ୍ଥାନକୁ ବାରମ୍ବାର ଆସିଛନ୍ତି । ଏପରି ଆଦିଗୁରୁ ଶଙ୍କରାଚାର୍ଯ୍ୟ ସମାଧୀରେ ମଧ୍ୟ ଯୋଗ କରିସାରିଛନ୍ତି । 1998 ରୁ 2001 ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ବିଜେପି ସଂଗଠନର ପ୍ରଭାରୀ ଦାୟିତ୍ବ ନେବା ପରେ ନିଜର ଆସ୍ଥା ପାଇଁ ପ୍ରତିବର୍ଷ କେଦାରନାଥ ଦର୍ଶନ ପାଇଁ ଆସିଥାନ୍ତି । ଏଠାକୁ ଆସି ଶଙ୍କରାଚାର୍ଯ୍ୟ ଗୁମ୍ଫାରେ ଯୋଗ ସାଧନା କରିଥାନ୍ତି ।

Intro:Body:Conclusion:
Last Updated : May 18, 2019, 10:40 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.