ETV Bharat / bharat

କାରଗିଲ୍‌ ବିଜୟ ଦିବସ ସମାରୋହ: ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦି କରିବେ ସମ୍ବୋଧିତ - କ୍ଷୁଦ୍ର ଚଳଚ୍ଚିତ୍ର

କାରଗିଲ୍‌ ବିଜୟ ଦିବସର 20 ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଫାଇଲ ଫଟୋ
author img

By

Published : Jul 27, 2019, 11:45 AM IST

ନୂଆଦିଲ୍ଲୀ: ଗତକାଲି ଦେଶ ପାଳିଛି 20ତମ କାରଗିଲ୍‌ ବିଜୟ ଦିବସ । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ କାରଗିଲ୍‌ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ତେବେ କାରଗିଲ୍‌ର 20 ବର୍ଷ ପୂର୍ତ୍ତି ଅବସରରେ ଆଜି (ଶନିବାର) ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ସମ୍ବୋଧିତ କରିବେ ନରେନ୍ଦ୍ର ମୋଦି । ଏହା ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ କାରଗିଲ୍‌ ବିଜୟ ଦିବସ ଅବସରରେ ଆୟୋଜିତ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ଭାଗ ନେଇନଥିଲେ ।

ତେବେ କାର୍ଯ୍ୟକ୍ରମଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ହେବ । 3 ଘଣ୍ଟାର ଏହି କାର୍ଯ୍ୟକ୍ରମରେ ଲୋକପ୍ରିୟ ଗାୟକ ମୋହିତ ଚୌହାନ ଦେଶଭକ୍ତି ସଙ୍ଗୀତ ପ୍ରସ୍ତୁତ କରିବେ । ଏହା ସହିତ କାର୍ଯ୍ୟକ୍ରମରେ କାରଗିଲ୍‌ ଯୁଦ୍ଧ ଉପରେ ପ୍ରସ୍ତୁତ ହୋଇଥିବା 8 ମିନିଟର ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶନ କରାଯିବ ।

ସୂଚନାଯୋଗ୍ୟ ଯେ, କାରଗିଲ୍‌ ଯୁଦ୍ଧ 1999 ମସିହା ମେ 3 ତାରିଖରେ ଜମ୍ମୁ-କାଶ୍ମୀରର କାରଗିଲ୍‌ ଜିଲ୍ଲାରେ ଭାରତ ଏବ୍ଂ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିଲା । ଦୀର୍ଘ 2 ମାସ ଧରି ଚାଲିଥିବା ଏହି ଯୁଦ୍ଧରେ ବୀର ସୈନିକ ନିଜ ପରାକ୍ରମର ପ୍ରଦର୍ଶନ କରି ଶତ୍ରୁକୁ ମୁଣ୍ଡ ନୁଆଁଇବାକୁ ମଜବୁର କରିଦେଇଥିଲେ । ଏଥିରେ ଅନେକ ଭାରତୀୟ ସେନା ମଧ୍ୟ ଶହୀଦ ହୋଇଥିଲା ।

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.