ETV Bharat / bharat

ଆଜି ୟୁଏନ କପ୍‌ ଅଧିବେଶନରେ ସମ୍ବୋଧିତ କରିବେ ମୋଦି

author img

By

Published : Sep 9, 2019, 9:45 AM IST

ସଂଯୁକ୍ତ ରାଷ୍ଟ୍ରର କନଫ୍ରେନ୍ସ ଅଫ ପାର୍ଟିଜ(କପ୍‌)ର 14 ତମ ଅଧିବେଶନରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ସୋମବାର ସଂଯୁକ୍ତ ରାଷ୍ଟ୍ରର କନଫ୍ରେନ୍ସ ଅଫ ପାର୍ଟିଜ(କପ୍‌)ର 14 ତମ ଅଧିବେଶନରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗ୍ରେଟର ନୋଏଡା ସ୍ଥିତ ଏକ୍ସପୋ ମାର୍ଟରେ ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରାୟ 80ଟି ଦେଶର ମନ୍ତ୍ରୀ, ବୈଜ୍ଞାନିକ ଏବଂ ସ୍ବୟଂସେବା ସଙ୍ଘ ଅଂଶଗ୍ରହଣ କରିବେ । ଏଥିରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ଏବଂ ମରୁସ୍ଥଳୀ ବୃଦ୍ଧି ଉପରେ ଆଲୋଚନା ହେବ ।

ସେପ୍ଟେମ୍ବର ୨ରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀର ଉଦଘାଟନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର କରିଥିଲେ । ତେବେ ବିଶ୍ବରେ ସୃଷ୍ଟି ହେଉଥିବା ମରୁସ୍ଥଳୀକରଣକୁ କିପରି ରୋକା ଯାଇପାରିବ ସେ ନେଇ ଏଠାରେ ଆଲୋଚନା କରାଯାଉଛି । ଏହି ସମ୍ମିଳନୀ ଜରିଆରେ ଭାରତ ବିଶ୍ବକୁ ମରୁସ୍ଥଳୀକରଣରୁ ରକ୍ଷା କରିବାର ସନ୍ଦେଶ ଦେବ ।

ଚୀନ ଏହି ସମ୍ମିଳନୀର ଅଧ୍ୟକ୍ଷତା କରିଆସୁଥିବାବେଳେ ଆଗାମୀ ୨ ବର୍ଷ ଅର୍ଥାତ ୨୦୨୦ ପର୍ଯ୍ୟନ୍ତ ଏହା ଭାରତରେ ଅନୁଷ୍ଠିତ ହେବ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.