ETV Bharat / bharat

112 କେଜି ପଦ୍ମଫୁଲରେ ତଉଲି ହେଲେ ମୋଦି

କେରଳର ତ୍ରିଶୁର ଜିଲ୍ଲାର ଗୁରୁବୟୁର ସ୍ଥିତ ଶ୍ରୀକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। 112 କେଜି ପଦ୍ମ ଫୁଲରେ ତରାଜୁର ତଉଲା ହେଲେ ମୋଦି । ଦେଖନ୍ତୁ ଭିଡିଓ ।

author img

By

Published : Jun 8, 2019, 2:17 PM IST

ଫଟୋ ସୌଜନ୍ୟ: ଏଏନଆଇ

ଥିରୁଅନ୍ତପୁରମ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳର ତ୍ରିଶୁର ଜିଲ୍ଲାର ଗୁରୁବୟୁର ସ୍ଥିତ ଶ୍ରୀକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ପୂଜା ପାଇଁ 112କେଜି ପଦ୍ମ ଫୁଲର ଅର୍ଡର ଦିଆଯାଇଥିଲା । ଗର୍ଭଗୃହରେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବା ପରେ ପିଏମ ମୋଦି ତୁଳାଭରମ ରୀତିନୀତିରେ ଭାଗ ନେଇଥିଲେ । ଏହି ପୂଜାର୍ଚ୍ଚାନା କରିବା ପାଇଁ ମୋଦିଙ୍କୁ ପାରମ୍ପରିକ ବେଶରେ ଦେଖିବାକୁ ମିଳିଥିଲା । ତରାଜୁର ଗୋଟିଏ ପଟେ ନମୋ ବସିଥିବା ବେଳେ ଅନ୍ୟପଟେ ପଦ୍ମ ଫୁଲ ରଖି ମୋଦିଙ୍କୁ ତଉଲା ଯାଇଥିଲା। ଏହାକୁ ଦେଖିବାକୁ ମନ୍ଦିର ବାହାରେ ଲାଗିଥିଲା ପ୍ରବଳ ଭିଡ।

ଗୁରୁବୟୁରେ ପୂଜା କରି ମୋଦି ନିଜକୁ ଧନ୍ୟ ମନେ କରିବା ସହ ଏହା ମତେ ଏକ ନୂଆ ଶକ୍ତି ପ୍ରଦାନ କରିଛି ବୋଲି କହିଛନ୍ତି। ପୂଜା ପରେ ତ୍ରିଶୁରରେ ମୋଦି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ କରୁଛନ୍ତି ସମ୍ବୋଧନ। ଲୋକସଭା ନିର୍ବାଚନରେ ଜିତିବା ପରେ କେରଳକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ଥିଲା ପ୍ରଥମ ଗସ୍ତ। ତେବେ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ପୋଷାକ ବଦଳାଇ ପାରମ୍ପରିକ ବେଶରେ ମନ୍ଦିରକୁ ଯାଇଥବା ଦେଖିବାକୁ ମିଳିଛି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରୁଥିବା ସମୟରେ ମୋଦି କହିଛନ୍ତି ଯେ ବିରୋଧୀ କହୁଛନ୍ତି କେରଳରେ ବିଜେପିର ଖାତା ବି ଖୋଲିନି । କିନ୍ତୁ ମୋଦି ଧନ୍ୟବାଦ କହିବା ପାଇଁ ଯାଇଛନ୍ତି। ହେଲେ ମୁଁ କହିବି ଯେ ବିଜେପିକୁ ଯେଉଁମାନେ ସମର୍ଥନ କରିଛନ୍ତି ସେ ବି ଆମର ଓ ଯେଉଁମାନେ ସମର୍ଥନ କରି ନାହାନ୍ତି ସେମାନେ ବି ଆମର । ଗଣତନ୍ତ୍ରର ମହାପର୍ବରେ ଲୋକେ ନିଜକୁ ସାମିଲ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ବନାରସ ମୋ ପାଇଁ ଯେତିକି ନିଜର କେରଳ ମଧ୍ୟ ସେତିକି ବୋଲି କହିଛନ୍ତି ମୋଦି।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.