ନୂଆଦିଲ୍ଲୀ: କଥାରେ ଅଛି ମଣିଷ ମାତ୍ରକେ ଭୁଲ ହୁଏ । ଏହାର ଉଦାହରଣ ବି ଆମେ ଅନେକ ସମୟରେ ଦେଖିଛେ । ତେବେ ଆମେ ଏଠି ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ହୋଇଥିବା ଭୁଲ କଥା କହୁଅଛୁ । ଆଜ୍ଞା ହଁ ସବୁବେଳେ ସବୁ ସମୟରେ ବରିଷ୍ଠଙ୍କୁ ସମ୍ମାନ ଦେଇଆସୁଥିବା ମୋଦିଙ୍କ ଦ୍ବାରା ମଧ୍ୟ ହୋଇପାରେ ଭୁଲ ।
ଗତକାଲି ଠାରୁ ବିଜେପିର ଦୁଇ ଦିନିଆ ଶିବିର ଆୟୋଜିତ ହୋଇଛି । ଯେଉଁଥିରେ ମୋଦି ଓ ଅମିତ ଶାହା ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେବେ । ତେବେ ଏହି କାଯ୍ୟକ୍ରମ ଆରମ୍ଭ ପୂର୍ବରୁ କରାଯାଇଥିବା ଦ୍ବୀପ ପ୍ରଜ୍ଜଳନରେ ଷ୍ଟେଜରେ ଉପସ୍ଥିତ ଥିଲେ ମୋଦି, ଅମିତ ଶାହା ଓ ବିଜେପିର ବରିଷ୍ଠ ନେତା ।
ଏହି ସମୟରେ ସମସ୍ତେ ଜୋତା କାଢି ଦ୍ବୀପ ଜାଳିଥିବା ବେଳେ ପ୍ରଧାନମନ୍ତ୍ରୀ ଜୋତା ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ସର୍ବଦା ଅନ୍ୟକୁ ସମ୍ମାନ ଦେଉଥିବା ମୋଦିଙ୍କ ଏହି ଭୁଲଟି ଭିଡିଓରେ କଏଦ ହୋଇଯାଇଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ମଧ୍ୟ ଭୁଲ ହୋଇପାରେ ବୋଲି ପ୍ରମାଣିତ ହୋଇଛି ।