ETV Bharat / bharat

ମହାରାଷ୍ଟ୍ର-ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ; କର୍ମୀଙ୍କୁ ଅଭିନନ୍ଦନ ଦେଲେ ମୋଦି - କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ

ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ ଭୋଟଗଣତି ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି । ଏପଟେ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Oct 24, 2019, 8:09 PM IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ ଭୋଟଗଣତି ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି । ମହାରାଷ୍ଟ୍ରରେ ସତ୍ତାଧାରୀ ବିଜେପି ଓ ଶିବସେନା ମେଣ୍ଟ ସରକାର ଗଢିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଅନ୍ୟପଟେ ହରିୟାଣାରେ କିଏ ସରକାର ଗଢିବ ସେ ନେଇ କଳ୍ପନାଜଳ୍ପନା, ଭୋଟ ଗଣତି ସହ ଜାରି ରହିଛି । ହରିୟାଣାରେ ବହୁମତ ଠାରୁ ଧିରେ ଧିରେ ବିଜେପି ଦୂରକୁ ଯାଉଛି । ଏପଟେ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି ।

pm modi tweets
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@narendramodi

ପିଏମ୍‌ ଦୁଇଟି ଟ୍ବିଟ କରି ହରିୟାଣା ଓ ମହାରାଷ୍ଟ୍ର ବିଜେପି ଓ ଏନଡିଏର କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ମୋଦି, ଆଶୀର୍ବାଦ ଦେଇଥିବାରୁ ହରିୟାଣାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାସହ ରାଜ୍ୟର ଉନ୍ନତି ଓ ସମୃଦ୍ଧି ପାଇଁ ବିଜେପି ପୂର୍ଣ୍ଣ ଜୋସ୍‌ ଓ ପ୍ରତିବଦ୍ଧତା ସହ କାମ କରିବା ଜାରି ରଖିବ ବୋଲି ସେ କହିଛନ୍ତି ।

pm modi tweets
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@narendramodi

ଏହାସହ ପିଏମ ମୋଦି ମହାରାଷ୍ଟ୍ର ଫଳାଫଳ ଉପରେ ନିଜର ମତ ସ୍ବରୁପ ଟ୍ବିଟରେ ଲେଖିଛନ୍ତି ଯେ, ମହାରାଷ୍ଟ୍ରରେ ପୁଣି ଥରେ ଜନତାଙ୍କ ସମର୍ଥନ ମିଳିଥିବାରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ । ମହାରାଷ୍ଟ୍ର ବିକାଶ ପାଇଁ ବିଜେପିର କାର୍ଯ୍ୟଧାରା ଜାରି ରହିବ । ଏହାସହ ପିଏମ ଆହୁରି ଲେଖିଛନ୍ତି ଯେ, ବିଜେପି-ଶିବସେନା ଓ ଏନଡିଏର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ସମସ୍ତଙ୍କ ପରିଶ୍ରମ ଫଳରେ ଏହି ବିଜୟ ସମ୍ଭବ ବୋଲି ପିଏମ କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.