ଚେନ୍ନାଇ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମହାବଳୀପୁରମରେ ପହଞ୍ଚିବା ପୂର୍ବରୁ ଚେନ୍ନାଇ ପହଞ୍ଚି ସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ପାଲାନୀସ୍ବାମୀ ସ୍ବାଗତ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଚେନ୍ନାଇରେ ପହଞ୍ଚି ଚୀନ ଭାଷାରେ ଟ୍ବିଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଚୀନ, ତାମିଲ ଓ ଇଂରାଜୀରେ ଟ୍ବିଟ କରି ଏଠାରେ ପହଞ୍ଚିବା ନେଇ ଖୁସି ଜାହିର କରିଛନ୍ତି । ଏହା ସହ ପିଏମ ମୋଦି ଚୀନ ରାଷ୍ଟ୍ରପତି ପହଞ୍ଚିବା ପୂର୍ବରୁ ତାଙ୍କୁ ସ୍ବାଗତ କରିଛନ୍ତି।