ETV Bharat / bharat

ମୁଜାଫରପୁରରେ ମୋଦିଙ୍କ ଟାର୍ଗେଟ, ତେଜସ୍ବୀଙ୍କୁ ଜଙ୍ଗଲରାଜର ଯୁବରାଜ ସହ ତୁଳନା

ମୁଜାଫରପୁର ରାଲିକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧିଙ୍କୁ ଟାର୍ଗେଟ କରିବା ସହ ତେଜସ୍ବୀଙ୍କୁ ଜଙ୍ଗଲରାଜର ଜୁବରାଜ ସହ ତୁଳନା କରିଛନ୍ତି ମୋଦି । ଅଧିକ ପଢନ୍ତୁ...

ମୁଜାଫରପୁରରେ ମୋଦିଙ୍କ ଟାର୍ଗେଟ, ତେଜସ୍ବୀଙ୍କୁ ଜଙ୍ଗଲରାଜର ଯୁବରାଜ ସହ କଲେ ତୁଳନା

author img

By

Published : Oct 28, 2020, 3:47 PM IST

ମୁଜାଫରପୁର: ବିହାର ବିଧାନସଭା ନିର୍ବାଚନ ପାଇଁ ଦରଭଙ୍ଗା ପରେ ମୁଜାଫରପୁର ରାଲିକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନସଭାରେ ବିରୋଧିଙ୍କୁ ଟାର୍ଗେଟ କରିବା ସହ ତେଜସ୍ବୀଙ୍କୁ ଜଙ୍ଗଲରାଜର ଜୁବରାଜ ସହ ତୁଳନା କରିଛନ୍ତି ମୋଦି ।

ପ୍ରତ୍ୟେକ୍ଷ ଭାବରେ ତେଜସ୍ବୀଙ୍କ ନାଁ ନନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ପୁରଣା ଟ୍ରାକ ରେକର୍ଡ ଦେଖି ଜଙ୍ଗଲରାଜର ଯୁବରାଜଙ୍କ ପାକ୍ଷରୁ କଣ ଅପେକ୍ଷା କରାଯାଇପାରେ । ବର୍ତ୍ତମାନର ଅନୁଭବୀ ଲୋକଙ୍କୁ ଚୟନ କରିବାରର ସମୟ ବୋଲି କହିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ କହିଛନ୍ତି , ଏଥର ବିହାର ନିର୍ବାଚନ ଅତ୍ୟନ୍ତ ଅସାଧାରଣ ପରିସ୍ଥିତିରେ ଅନୁଷ୍ଠିତ ହେଉଛି। ଆଜି କରୋନା କାରଣରୁ ସମଗ୍ର ବିଶ୍ବ ଚିନ୍ତିତ । ମହାମାରୀ ସମୟରେ ବିହାର ଏକ ସ୍ଥିର ସରକାର ବଜାୟ ରଖିବା ଆବଶ୍ୟକ। ବିହାରର ଜନସାଧାରଣଙ୍କୁ ବିକାଶ ଓ ସୁଶାସନକୁ ଗୁରୁତ୍ବ ଦେଉଥିବା ସରକାର ଚୟନ କରିବାକୁ ପଡିବ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆପଣ କଳ୍ପନା କରିପାରୁଥିବେ, ଗୋଟିଏ ପକ୍ଷେ ମହାମାରୀ ଥିବା ସମୟରେ ଯଦି ଜଙ୍ଗଲରାଜର ଲୋକମାନେ ଶାସନ କରିବାକୁ ଆସନ୍ତି ତେବେ ଏହା ବିହାରର ଜନସାଧାରଣଙ୍କ ଉପରେ ଦୁଇଥର ଆଘାତ ଭଳି ହେବ | ପୁରୁଣା ଟ୍ରାକ ରେକର୍ଡ ଉପରେ ଆଧାର କରି ବିହାରର ଜନସାଧାରଣ ଜଙ୍ଗରାଜର ରାଜକୁମାରଙ୍କଠାରୁ ଆଉ କଣ ଆଶା କରିପାରନ୍ତି? ସେ କହିଛନ୍ତି ଯେ ଏହି ନିର୍ବାଚନ ଆସନ୍ତା ଦଶକରେ ବିହାରର ଭବିଷ୍ୟତ ନିର୍ଣ୍ଣୟ କରିବ। ଜନସାଧାରଣଙ୍କର ଗୋଟିଏ ଭୋଟ ସ୍ଥିର କରିବ ଯେ ଆତ୍ମନିର୍ଭରଶୀଳତାର ପ୍ରତିଶ୍ରୁତି ନେଇ ଭାରତରେ ବିହାରର ଭୂମିକା କ’ଣ ହେବ?

ବିରୋଧିଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି, ନିଜ କାମ ଓ କାରବାର କରୁଥିବା ଲୋକଙ୍କ ସହ ଏମାନେ ଯେଭଳି ଭାବରେ ବ୍ୟବହାର କରିଛନ୍ତି ତାକୁ ବିହାରବାସୀ କେବେ ହେଲେ ଭୁଲି ପାରିବେ ନାହିଁ । ଅପହରଣ ଇଣ୍ଡଷ୍ଟ୍ରିର କପିରାଇଟ ଏମାନଙ୍କ ପାଖରେ ରହିଛି । ଏଣୁ ଏମାଙ୍କ ଠାରୁ ସତର୍କ ରହିବା ଆବଶ୍ୟକ ବୋଲି ମୋଦି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.