ETV Bharat / bharat

ନେତାଜୀ ଜୟନ୍ତୀରେ ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ପରାକ୍ରମ ଦିବସର ଉଦଘାଟନୀ ସମାରୋହରେ ଅଧ୍ୟକ୍ଷତା କରିବେ । ଅଧିକ ପଢନ୍ତୁ...

ନେତାଜୀ ଜୟନ୍ତୀରେ ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

author img

By

Published : Jan 21, 2021, 4:25 PM IST

ନୂଆଦିଲ୍ଲୀ: ଜାନୁଆରୀ 23କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀକୁ ପରାକ୍ରମ ଦିବସ ରୂପେ ପାଳନ କରାଯିବ । ପ୍ରଧାନମନ୍ତ୍ରୀ କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ପରାକ୍ରମ ଦିବସର ଉଦଘାଟନୀ ସମାରୋହରେ ଅଧ୍ୟକ୍ଷତା କରିବେ । ଦେଶ ପ୍ରତି ନେତାଜୀଙ୍କ ଅଦମ୍ୟ ଭାବନା ଓ ନିସ୍ବାର୍ଥ ସେବାକୁ ସମ୍ମାନ ଦେବା ଓ ସ୍ମରଣ ରଖିବା ପାଇଁ ଭାରତ ସରକାର ପ୍ରତ୍ୟେକ ବର୍ଷ 23 ଜାନୁଆରୀକୁ ପରାକ୍ରମ ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହି ଅବସରରେ ଏକ ସ୍ଥାୟୀ ପ୍ରଦର୍ଶନୀ ଓ ନେତାଜୀଙ୍କ ଉପରେ ଏକ ପ୍ରୋଜେକ୍ସନ ମ୍ୟାପିଂ ଶୋ’ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଦ୍ବାରା ଏକ ସ୍ମୃତି କଏନ ଓ ଡାକ ଟିକଟର ମଧ୍ୟ ଲଞ୍ଚ କରାଯିବାର କାର୍ଯ୍ୟକ୍ରମ ରହିଛି । ନେତାଜୀଙ୍କ ଥିମ ଉପରେ ଆଧାରିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ ।

ଏହି ଆୟୋଜନ ପୂର୍ବରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ପୁସ୍ତକାଳୟର ଗସ୍ତ କରିବେ । ଯେଉଁଠାରେ ଏକ ରାଷ୍ଟ୍ରୀୟ ସମ୍ମିଳନୀର ଆୟୋଜନ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ କଳାକାର ଓ ସମ୍ମିଳନୀର ପ୍ରତିଯୋଗୀଙ୍କ ସହ ଆଲୋଚନା କରିବେ ।

ନେତାଜୀଙ୍କ 125 ତମ ଜୟନ୍ତୀ ପାଳନ କରିବାକୁ ସରକାର ଏକ ଉଚ୍ଚ ସ୍ତରୀୟ କମିଟି ମଧ୍ୟ ଗଠନ ହୋଇଛି । ଏହି କମିଟି 23 ଜାନୁଆରୀ 2021ରେ ଆରମ୍ଭ ହେବାକୁ ଥିବା ଗୋଟିଏ ବର୍ଷର ସ୍ମରଣୋତ୍ସବର ଗତିବିଧିର ନିର୍ଣ୍ଣୟ ନେବ ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125ତମ ଜୟନ୍ତୀ ପାଳନ ନେଇ ଗଠିତ ହାଇ ପାଓ୍ବାର କମିଟିରେ ସାମିଲ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କମିଟିର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି । 23 ଜାନୁୟାରୀ, 2021ରୁ ଏକ ବର୍ଷର ସ୍ମୃତିଚାରଣ ପାଇଁ କାର୍ଯ୍ୟକଳାପ ଉପରେ କମିଟି ନିଷ୍ପତ୍ତି ନେବ। ଉଚ୍ଚସ୍ତରୀୟ କମିଟିରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସାମିଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.