ETV Bharat / bharat

ଆସନ୍ତା 28ରେ ସେରମ ଇନଷ୍ଟିଚ୍ୟୁଟ ଯିବେ ମୋଦି

ମହାମାରୀ କୋରୋନା ସଙ୍କଟ ମଧ୍ୟରେ ପୁଣେର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଦିନ କିଛି ବଡ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି । ଅଧିକ ପଢନ୍ତୁ...

author img

By

Published : Nov 24, 2020, 6:58 PM IST

ନଭେମ୍ବର 28ରେ ସେରମ ଇନଷ୍ଟିଚ୍ୟୁଟ ଯିବେ ପ୍ରଧାନମନ୍ତ୍ରୀ ମୋଦି

ପୁଣେ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ପୁଣେର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଜାରି ରହିଛି କୋଭିସିଲ୍ଡ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ । ଅନ୍ୟପକ୍ଷେ ଏହି ଭ୍ୟାକ୍ସିନକୁ ବିକଶିକ କରିଥିବା ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରେଜେନେକା ଅନ୍ୟଦେଶରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ କରିସାରିଛି । ବର୍ତ୍ତମାନ ଭ୍ୟାକ୍ସିନର ଅନୁମତି ପାଇଁ ୟୁକେ କତ୍ତୃପକ୍ଷଙ୍କୁ ପ୍ରସ୍ତାବ ପଠାଯାଇଛି ।

ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ମଧ୍ୟ ଏହି ଟିକା ଉତ୍ପାଦନକୁ ତ୍ବରାନ୍ବିତ କରିଛି ଯାହା ଦ୍ବାରା ଭାରତରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଅନୁମୋଦନ କ୍ରମେ ଏହି ଟୀକା ସାଧାରଣ ଜନତାଙ୍କ ନିକଟରେ ଉପଲବ୍ଧ ହୋଇପାରିବ । ଏହି କାରଣରୁ ପ୍ରଧାନମନ୍ତ୍ରୀ ନଭେମ୍ବର 28ରେ ପୁଣେର ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ଯିବେ। ସେଦିନ କିଛି ବଡ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଶୁକ୍ରବାର 100 ଟି ଦେଶର ରାଷ୍ଟ୍ରଦୂତମାନେ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (SII) ପରିଦର୍ଶନ କରି କୋଭିଡ -19 ଟୀକା ସ୍ଥିତିର ସମୀକ୍ଷା କରିବେ। ଦିଲ୍ଲୀର 98 ଜଣ ଏବଂ ମୁମ୍ବାଇର 2 ଜଣ ରାଷ୍ଟ୍ରଦୂତ ସେରମ୍ ଇନଷ୍ଟିଚ୍ୟୁଟ୍ ପରିଦର୍ଶନ କରିବେ ।

ଘରୋଇ ବଜାରରେ ଏହି ଟୀକାର ମୂଲ୍ୟ 500 ରୁ 600 ଟଙ୍କା ମଧ୍ୟରେ ହୋଇପାରେ । ସରକାର ଏହି ଟିକାକୁ ବହୁ ମାତ୍ରାରେ କିଣିବା ପରେ ଏହା ଅଧା ମୂଲ୍ୟରେ ଅର୍ଥାତ 3 ରୁ 4 ଡଲାର ତଥା 225 ରୁ 300 ଟଙ୍କା ପାଇବେ । ନୂଆ ବର୍ଷ ଆରମ୍ଭରେ ଅର୍ଥାତ ଜାନୁଆରୀ ଶେଷ ଏବଂ ଫେବୃଆରୀ ଆରମ୍ଭରେ ଭାରତ କୋଭିଡ ଟୀକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.