ETV Bharat / bharat

ଗାନ୍ଧୀ@150: ପିଏମ ଯିବେ ଗୁଜୁରାଟ, ପଦଯାତ୍ରାରେ କଂଗ୍ରେସ - ଗାନ୍ଧୀ ଜୟନ୍ତୀରେ ମୋଦିଙ୍କ ଗୁଜୁରାଟ ଗସ୍ତ

ମହାତ୍ମା ଗାନ୍ଧୀଙ୍କର 150 ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ଗସ୍ତରେ ଯାଇ ଗନ୍ଧୀଙ୍କ ମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ସାବରମତୀ ରିଭର ଫ୍ରଣ୍ଟରେ 20 ହଜାର ଗ୍ରାମ ପ୍ରଧାନଙ୍କୁ ସମ୍ବୋଧନ କରିବେ । ଅନ୍ୟପକ୍ଷେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ କଂଗ୍ରେସ ଆରମ୍ଭ କରିଛି ପଦଯାତ୍ରା ।

ଡିଜାଇନ ଫଟୋ
author img

By

Published : Oct 2, 2019, 11:26 AM IST

ହାଇଦ୍ରାବାଦ: ମହାତ୍ମା ଗାନ୍ଧୀଙ୍କର 150 ତମ ଜୟନ୍ତୀ ଅବସରରେ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଗୁଜୁରାଟର ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ସଂଧ୍ୟାରେ ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚି ସେଠାରୁ ସାବରମତୀ ଆଶ୍ରମ ଯିବେ ।

ସାବରମତୀରେ ମୋଦି ଗାନ୍ଧୀଙ୍କ ମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଦେବେ । ବାପୁଙ୍କ ମାଟିରୁ ସେ ଦେଶକୁ ଖୋଲାରେ ଶୌଚ ମୁକ୍ତ ଘୋଷଣା କରିବେ । ସାବରମତୀ ରିଭର ଫ୍ରଣ୍ଟରେ ଆୟୋଜିତ ଏକ ସମାରୋହରେ 20 ହଜାର ଗ୍ରାମ ପ୍ରଧାନଙ୍କୁ ମୋଦି ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗ୍ରାମ ପ୍ରଧାନଙ୍କ ମଧ୍ୟରୁ 10 ହଜାର ଗୁଜୁରାଟର ହୋଇଥିବା ବେଳେ ଅନ୍ୟ 10 ହଜାର ଦେଶର ବିଭିନ୍ନ କ୍ଷେତ୍ରରୁ ଆସିବେ ।

ଆଜିର ଦିନକୁ ଦେଶରେ ସ୍ବଚ୍ଛ ଭାରତ ଦିବସ ରୂପେ ପାଳନ କରାଯିବ । ଗାନ୍ଧୀବାଦୀ ସଂସ୍ଥା ସହ ଜଡିତ ଲୋକ, ଉଚ୍ଚ ନ୍ୟାୟାଳୟର ବିଚାରପତି, ପଦ୍ମ ପୁରସ୍କାର ବିଜେତା, ଛାତ୍ରଛତ୍ରୀ ଓ ଗ୍ରାମ୍ୟସ୍ତରର ସଫେଇ କର୍ମଚାରୀଙ୍କୁ ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରିତ କରାଯାଇଛି । ଦେଶର ଅନ୍ୟ କ୍ଷେତ୍ରରୁ ଆସିଥିବାକୁ ଥିବା 10 ହଜାର ଗ୍ରାମ ପ୍ରଧାନଙ୍କୁ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସହ ଜଡିତ ଦାଣ୍ଡି ସ୍ମାରକସ୍ଥଳୀ ଭ୍ରମଣରେ ନିଆଯିବାର ବ୍ୟବସ୍ଥା ରହିଛି ।

ରାତି 8ଟା 30ରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ଜିଏମଡିସି ଗ୍ରଉଣ୍ଡରେ ନବରାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହେବେ । ଅନ୍ୟପକ୍ଷେ ବାପୁଙ୍କ 150 ତମ ଜୟନ୍ତୀ ଅବସରରେ କଂଗ୍ରେସ ବୁଧବାର ପୁରା ଦେଶରେ 'ରଘୁପତି ରାଘବ ରାଜାରାମ' ଧୁନରେ ପଦଯାତ୍ରା କରିବ । ଦିଲ୍ଲୀରେ ହେବାକୁ ଥିବା ପଦଯାତ୍ରାରେ ରାହୁଲ ଗାନ୍ଧୀ ସାମିଲ ହେବେ ।

Intro:Body:

BLANK  FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.