ETV Bharat / bharat

ପୁଣି ବଢୁଛି କୋରୋନା ସଂକ୍ରମଣ, ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ କରିବେ ମୋଦି

author img

By

Published : Nov 23, 2020, 2:01 PM IST

କୋରୋନା ଭାଇରସ୍ ବଢୁଥିବା ମାମଲା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା କରିବେ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

କୋଭିଡ-19 ସମୀକ୍ଷା ବୈଠକ କରିବେ ମୋଦି
କୋଭିଡ-19 ସମୀକ୍ଷା ବୈଠକ କରିବେ ମୋଦି

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି କୋରୋନାର 2ୟ ଲହରି । ଦେଶର ବିଭିନ୍ନ ସ୍ଥାନରେ ପୁନଃ ବଢୁଛି ସଂକ୍ରମଣ ମାମଲା । ତେବେ ପୁଣି କୋରୋନାକୁ ଚେକ୍ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା କରିବେ ବୋଲି ସୂଚନା ମିଳିଛି । ବିଭିନ୍ନ ରାଜ୍ୟରେ ଟୀକା କାର୍ଯ୍ୟକ୍ରମର ଆରମ୍ଭ ନେଇ ପ୍ରସ୍ତୁତି ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ସେ ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ, ପଶ୍ଚିମବଙ୍ଗ ଏବଂ କେରଳର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ୍ ବୈଠକ କରିବେ।

ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହିତ ଟୀକା ବିତରଣ ବିଷୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । କୋଭିଡ ମାମଲା 90 ଲକ୍ଷ ଅତିକ୍ରମ କରିଥିବାରୁ ଟିକା ବିତରଣ ବ୍ୟବସ୍ଥାରେ କେନ୍ଦ୍ର ଯୁଦ୍ଧକାଳୀନ ପ୍ରସ୍ତୁତି ଆରମ୍ଭ କରୁଛି। 44,000 ନୂତନ କୋଭିଡ-19 ମାମଲା ସହିତ ସୋମବାର ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 91,39,866 ରେ ପହଞ୍ଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ମାରାତ୍ମକ ଭାଇରସ୍ କାରଣରୁ 511 ଜଣଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ମାମଲା 4,43,486 ରେ ଥିବାବେଳେ ମୋଟ 85,62,641 ଆକ୍ରାନ୍ତ ସୁସ୍ଥ ଅଛନ୍ତି ।

ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ପୁନରୁଦ୍ଧାର ହାର 93.86 ପ୍ରତିଶତ ଥିବାବେଳେ ମୃତ୍ୟୁ ହାର 1.46 ପ୍ରତିଶତ ରହିଛି। ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା 82,521 ସକ୍ରିୟ ମାମଲା ଏବଂ 46,623 ମୃତ୍ୟୁ ସହିତ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ରାଜ୍ୟ ହୋଇ ରହିଛି। ରାଜ୍ୟରେ ପୁନରୁଦ୍ଧାର 16,51,064 ରେ ରହିଛି। ମହାରାଷ୍ଟ୍ର ବ୍ୟତୀତ ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରେ ସର୍ବାଧିକ ମାମଲା ରୁଜୁ ହୋଇଛି। ଜାତୀୟ ରାଜଧାନୀରେ ମଧ୍ୟ ବୃଦ୍ଧି ଘଟିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.