ETV Bharat / bharat

ଅଗଷ୍ଟ 5ରେ ପ୍ରଧାନମନ୍ତ୍ରୀ କରିବେ ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ - Ram Mandir construction in Ayodhya

ସ୍ଥିର ହେଲା ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ ତାରିଖ । ଅଗଷ୍ଟ 5ରେ କୋଭିଡ ନିୟମ ପାଳନ କରିବା ସହ ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ମୋଦି କରିବେ ଭୂମି ପୂଜା । ଅଧିକ ପଢନ୍ତୁ...

ଅଗଷ୍ଟ 5ରେ ପିଏମ ମୋଦି କରିବେ ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ

author img

By

Published : Jul 19, 2020, 12:01 PM IST

Updated : Jul 19, 2020, 12:31 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ରାମ ମନ୍ଦିରର ଭୂମି ପୂଜନ ତାରିଖ ଅଗଷ୍ଟ 5ରେ ସ୍ଥିର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିରର ଭୁମି ପୂଜନ କରିବେ। କୋରୋନାକୁ ଧ୍ୟାନରେ ରଖି କେବଳ ସୀମିତ ଲୋକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। ଏହି ସମୟରେ ସୋସିଆଲ ଡିଷ୍ଟାନ୍ସିଂ ଉପରେ ବିଶେଷ ଧ୍ୟାନ ଦିଆଯିବ ।

ଅଗଷ୍ଟ 5ରେ ପ୍ରଧାନମନ୍ତ୍ରୀ କରିବେ ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ

ରାମ ମନ୍ଦିର ମଡେଲର କିପରି ହେବ ପରିବର୍ତ୍ତନ ?

ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ନ୍ୟାସଙ୍କ ବୈଠକରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରସ୍ତାବିତ ମଡେଲରେ ସାମାନ୍ୟ ପରିବର୍ତ୍ତନ ଆଣିବାକୁ ସହମତି ପ୍ରକାଶ ପାଇଛି। ପୂର୍ବ ମଡେଲରେ, ଗର୍ଭ ଗୃହର ମୁଖ୍ୟ ଶିଖର ବ୍ୟତୀତ 2ଟି ଗମ୍ବୁଜ ରହିଥିଲା ।

ବର୍ତ୍ତମାନ 2 ସ୍ଥାନରେ 5 ଟି ଗମ୍ବୁଜ ବା ପିଲାର ରହିବ । ପ୍ରଥମ ପ୍ରସ୍ତାବିତ ମଡେଲର ଉଚ୍ଚତା 138 ଫୁଟ ଥିଲା, ଯାହାକୁ 161 ଫୁଟକୁ ବୃଦ୍ଧି କରିବାକୁ ସହମତି ପ୍ରକାଶ ପାଇଛି ।ଭିଏଚପି ର ମଡେଲ ଅନୁଯାୟୀ, ପୂର୍ବରୁ ଉଚ୍ଚତା 138 ଫୁଟ, ଲମ୍ବ 268 ଫୁଟ ଏବଂ ପ୍ରସ୍ଥ 140 ଫୁଟ ହେବା ଆବଶ୍ୟକ । ବର୍ତ୍ତମାନ ଦର୍ଘ୍ୟ ପ୍ରାୟ ସମାନ ହେବ କିନ୍ତୁ ଉଚ୍ଚତା 161 ଫୁଟ ହେବ ଏବଂ ପ୍ରସ୍ଥ ଗର୍ଭଗୃହ ନିକଟରେ କିଛି ମାତ୍ରାରେ ବୃଦ୍ଧି ପାଇବ ।

ଏହାର ଆକୃତି ବିଷୟରେ କହିବାକୁ ଗଲେ ଏହା ଆୟତାକାର ଆକାରର ଥିଲା, ଯାହା ସ୍ଥପତିଙ୍କ ଅନୁଯାୟୀ କ୍ରୁସିଫାର୍ମ ଆକାରରେ କରାଯିବ ।

ଆକାର ପୂର୍ବରୁ 313 × 149 ଫୁଟ ଥିଲା, ଯାହା ବର୍ତ୍ତମାନ 344 × 235 ଫୁଟ ହେବ ।

ଶିଖରର ଉଚ୍ଚ138 ଫୁଟରୁ 161 ଫୁଟକୁ ବୃଦ୍ଧି କରାଯିବ । ଆକାର ଅନୁଯାୟୀ କ୍ଷେତ୍ରଫଳ ମଧ୍ୟ ବୃଦ୍ଧି ପାଇବ ।

ଏହା ବ୍ୟତୀତ ପଥରର ପରିମାଣ ପୂର୍ବରୁ 2,43,000 ଘନଫୁଟ ଥିଲା, ଯାହା ନୂତନ ମଡେଲ ଅନୁଯାୟୀ ବର୍ତ୍ତମାନ 3,75,000 ଘନଫୁଟ ହେବ ।

ତେବେ ଭୂମି ପୂଜନ ନେଇ ଶନିବାର ଏକ ବୈଠକ ଆଯୋଜିତ ହୋଇଥିଲା । ଅଯୋଧ୍ୟା ସର୍କିଟ ହାଉସରେ ମଧ୍ୟାହ୍ନ ୩ଟା ବେଳେ ଆରମ୍ଭ ହୋଇଥିଲା । ପ୍ରାୟ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଟ୍ରଷ୍ଟର ବୈଠକ ଚାଲିଥିଲା । ବୈଠକରେ ମନ୍ଦିର ନିର୍ମାଣ କମିଟର ଚେୟାରମ୍ୟାନ ନୃପେନ୍ଦ୍ର ମିଶ୍ର ମଧ୍ୟ ସାମିଲ ରହିଥିଲେ । ଯେଉଁଥିରେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପିଏମଙ୍କୁ ଅଗଷ୍ଟ 3 ଓ 5 ତାରିଖ ଦେଇଥିଲେ ପୂଜନ ପାଇଁ, ହେଲେ ମୋଦି 5 ତାରିଖକୁ ସ୍ଥିର କରିଛନ୍ତି ।

Last Updated : Jul 19, 2020, 12:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.