ETV Bharat / bharat

ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୋଦି, ପ୍ରଥମ ଦିନ ଭ୍ୟାକ୍ସିନ ନେବେ 3 ଲକ୍ଷ - vaccine drive

ଆଗାମୀ ଜାନୁଆରୀ 16 ଅର୍ଥାତ ଶନିବାରରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ସର୍ବବୃତ ଟିକାକରଣ କାର୍ଯ୍ୟକ୍ରମ । ଏହାକୁ ନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଶନିବାର ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୋଦି, ପ୍ରଥମ ଦିନ 3 ଲକ୍ଷ ନେବେ ଭ୍ୟାକ୍ସିନ

author img

By

Published : Jan 14, 2021, 4:49 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ବିରୋଧରେ ଅନ୍ତିମ ଯୁଦ୍ଧର ପ୍ରସ୍ତୁତି କରୁଛି ଭାରତ । ଦେଶରେ ଆଗାମୀ ଜାନୁଆରୀ 16 ଅର୍ଥାତ ଶନିବାରରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ । ଏହାକୁ ନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ପ୍ରସ୍ତୁତ ହେଉଥିବା କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାରର ଅନୁମତି ମିଳିସାରିଛି । ତେବେ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ସହିତ ଟିକା ଲଗାଇବାକୁ ଯାଉଥିବା କିଛି ସ୍ବାସ୍ଥ୍ୟକର୍ମୀଙ୍କ ସହିତ ଆଲୋଚନା କରିପାରନ୍ତି ।

ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ କୋୱିନ ଆପ୍‌ର ମଧ୍ୟ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ । ଏହି ଆପ ଜରିଆରେ ଭ୍ୟାକ୍ସିନ ଡେଲିଭରୀର ତଦାରଖ ଓ ବିତରଣ ଉପରେ ନଜର ରଖାଯାଇପାରିବ । ଭ୍ୟାକ୍ସିନ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ 3 କୋଟି ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ।

ଟିକାକରଣ କାର୍ଯ୍ୟକ୍ରମ ଶନିବାର 3 ହଜାର କେନ୍ଦ୍ରରେ ଆରମ୍ଭ ହେବ । ଏହି ସଖ୍ୟା ଭବିଶ୍ୟତରେ 5 ହଜାରକୁ ବୃଦ୍ଧି କରାଯିବ । ପ୍ରଥମ ଦିନରେ 2934 କେନ୍ଦ୍ରରେ 3 ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଲଗାଯିବ । ପ୍ରତ୍ୟେକ ଟିକାକରଣରେ 100 ଜଣଙ୍କୁ ଟିକା ଦିଆଯିବ । ସେପଟେ 10 ପ୍ରତିଶତ ଭ୍ୟାକ୍ସିନ ସଂରକ୍ଷିତ ରଖିବାକୁ କୁହାଯାଇଛି ।

ବୁଧବାର ସ୍ବାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଟିକାକରଣ ସମୟରେ 10 ପ୍ରତିଶତ ଭ୍ୟାକ୍ସିନକୁ ରିଜର୍ଭ ରଖିବାକୁ ରାଜ୍ୟଗୁଡିକୁ କୁହାଯାଇଛି । ପ୍ରତ୍ୟେକ ଦିନ ହାରାହାରି 100 ଟିକାକରଣର ନିର୍ଦେଶ ଦିଆଯାଇଛି । କୋଭିସିଲ୍ଡ ଓ କୋଭାକ୍ସିନକୁ ବିଭିନ୍ନ ପର୍ଯ୍ୟାୟରେ ଟିକାକରଣ ପାଇଁ 12ଟି ସହରରକୁ ପଠାଯାଇଛି । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ପ୍ରତିବନ୍ଧକ ସହିତ ଭ୍ୟାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.