ETV Bharat / bharat

ବାଲ ପୁରସ୍କାର ବିଜେତାଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ - ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର

ରାଷ୍ଟ୍ରୀୟ ବାଳ ପୁରସ୍କାର ବିଜେତା 49 ଶିଶୁଙ୍କୁ ଆଜି ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ମୋଦି। ଚଳିତ ବର୍ଷ ଓଡ଼ିଶାର ୟଶ୍ ମିଶ୍ରଙ୍କୁ ମିଳିଛି ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର।’ ଅଧିକ ଖବର ପଢନ୍ତୁ...

rashtriya-bal-puraskar
ବାଲ ପୁରସ୍କାର ବିଜେତା 49 ଛାତ୍ରଛାତ୍ରୀଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ
author img

By

Published : Jan 24, 2020, 12:46 PM IST

ନୂଆଦିଲ୍ଲୀ: ବର୍ଷ 2020 ରାଷ୍ଟ୍ରୀୟ ବାଳ ପୁରସ୍କାର ବିଜେତା 49 ଛାତ୍ରଛାତ୍ରୀଙ୍କୁ ଆଜି ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଳା, ସଂସ୍କୃତି, ସାହାସୀ, କ୍ରୀଡା ସହ ସାମାଜିକ ସେବା ପାଇଁ ସେମାନେ ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ପୁରସ୍କୃତ ହେବେ। ଚଳିତ ବର୍ଷ ଓଡ଼ିଶାର ୟଶ୍ ମିଶ୍ରଙ୍କୁ ମିଳିଛି ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର। ’

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାନୁୟାରୀ 24 ତାରିଖରେ ଏହି ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିବେ। ଏହି 49 ଜଣ ପୁରସ୍କାର ବିଜେତା ବିଭିନ୍ନ ରାଜ୍ୟରୁ ଯଥା ଜମ୍ମୁ କାଶ୍ମୀର, ମଣିପୁର ଏବଂ ଅରୁଣାଚଳ ପ୍ରଦେଶ ଆଦି ରାଜ୍ୟର ରହିଛନ୍ତି।

ଏହି ଛାତ୍ରଛାତ୍ରୀ କଳା ସଂସ୍କୃତି, ଉଭାବନ, ସାମାଜିକ ସେବା, କ୍ରୀଡା ଓ ସାହାସିକତା ପାଇଁ ପୁରସ୍କୃତ ହେବେ। କେନ୍ଦ୍ର ସରକାର ଏହି ସମସ୍ତ ପିଲାଙ୍କ ଗୁଣକୁ ପରଖିବା ସହ ସେମାନେ ରାଷ୍ଟ୍ର ନିର୍ମାଣରେ ସାହାଯ୍ୟ କରିବେ ବୋଲି କହିଛନ୍ତି। ନିଜର ଅବିଶ୍ବନୀୟ ଓ ସାମାଜିକ ସେବା ପାଇଁ ପ୍ରତିବର୍ଷ ସରକାର ଏହି ପୁରସ୍କାର ଦେଇଥାନ୍ତି।

ଏହାସହ ପ୍ରଧାନମନ୍ତ୍ରୀ ଆଜି 1730ର ଆଦିବାସୀ କଳାକାର, ଏନସିସି କ୍ୟାଡେଟ୍ସ, ଏନଏସଏସ ଭଲ୍ୟୁଣ୍ଟିୟର୍ସ ଓ ତାବଲା ବାଦକଙ୍କ ସହ ସାକ୍ଷାତ କରିବେ। ଏହି ସମସ୍ତ କଳାକାର ଜାନୁୟାରୀ 26 ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.